August 20, 2026
Home » ୪ର୍ଥ ଦିନରେ ଯୁବ କଂଗ୍ରେସର ପଦଯାତ୍ରା

୪ର୍ଥ ଦିନରେ ଯୁବ କଂଗ୍ରେସର ପଦଯାତ୍ରା

0
WhatsApp Image 2026-05-25 at 8.59.42 PM (2)

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପଦଯାତ୍ରା ଆଜି ୪ର୍ଥ ଦିନରେ ପହଂଚିଛି । ଯୁବ କଂଗ୍ରେସର ନେତୃବର୍ଗମାନେ ଆଜି କଳାହାଣ୍ଡି ଜିଲ୍ଲାର କୁଟ୍ରୁମାଳି ଅଂଚଳରେ ପଦଯାତ୍ରା କରିଥିଲେ । ବନବାସୀ, ଆଦିବାସୀ ଓ ଦଳିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବକ୍‌ସାଇଟ୍ ଖଣି ଦ୍ୱାରା ତାଙ୍କର କ୍ଷତି ସଂପର୍କରେ ବୁଝିଥିଲେ ।

ତାଙ୍କର ଜୀବନ ଜୀବିକା, ଜଳ, ଜମି ଓ ଜଙ୍ଗଲର ସୁରକ୍ଷାକୁ ନେଇ ସଂଗ୍ରାମ ଜାରି ରହିବ ବୋଲି ଏହି ପଦଯାତ୍ରାରେ ଯୋଗ ଦେଇଥିବା ଅଖିଳ ଭାରତ ଯୁବ କଂଗ୍ରେସର ଏଆଇସିସି ପ୍ରଭାରୀ ଶ୍ରୀ ମନିଷ ଶର୍ମା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଦିବାସୀ ଓ ଦଳିତ ଲୋକଙ୍କର ତଣ୍ଟିରେ ଖୋଜ ପକାଇ ତାଙ୍କ ଘର ଭାଙ୍ଗି ତାଙ୍କର ଜାଗା ଛଡେଇ ନେଇ ବିଜେପି ସରକାର ଯେଉଁ ବକ୍‌ସାଇଟ ଉତ୍ତୋଳନ କଥା ନିଷ୍ପତ୍ତି ନେଇଛି ତା’ ବିରୁଦ୍ଧରେ ଯୁବ କଂଗ୍ରେସ କ୍ରମାଗତ ଆନ୍ଦୋଳନ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି । ଓଡ଼ିଶାରେ ଥିôବା ସମଗ୍ର ଆଦିବାସୀ ଓ ଦଳିତ ଲୋକ ଏହି ଅନ୍ୟାୟ ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯୁବକ, ଛାତ୍ର, ବୁଦ୍ଧିଜୀବି, ସାମ୍ବାଦିକ ଓ ସାମାଜିକ କର୍ମୀ ଆଦିବାସୀ ଓ ଦଳିତ ଲୋକଙ୍କ ଉପରେ ହେଉଥିବା ଅକଥନୀୟ ଓ ଅତ୍ୟାଚାର ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ରଖି ରାଜରାସ୍ତା ଓହ୍ଲାଇବା ପାଇଁ ଶ୍ରୀ ଶର୍ମା କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ମହେଶ ଦେଶମୁଖ, ଖୁସି ଟିଗା, ସୁଦୀପ ସାମଲ, କୃଷ୍ଣ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ମୋହନ ନାୟକ, ଅଙ୍କିତ ସାହୁ, ନିରଞ୍ଜନ ଆଚାର୍ଯ୍ୟ, ସୁରଜ ବେହେରା, ପବିତ୍ର ସେଠୀ, ରଞ୍ଜନ ଦାସ, ସୁନେଶ ଧିର, ଆଲୋକ ଦାସ, ସ୍ମୃତିରଞ୍ଜନ ଲେଙ୍କା, ସମ୍ରାଟ ଜେନା, ପ୍ରୀତମ ପରିଜା, ରଞ୍ଜିତ ପାଇକରାୟ ଙ୍କ ସହିତ ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed