୪୮ ଦିନ ଅତିକ୍ରାନ୍ତ ! “ଜିଲ୍ଲାପାଳଙ୍କ “ଅତି ଜରୁରୀ” ( Most urgent) ଚିଠି ଅଳିଆ ଗଦାରେ ।
ନୟାଗଡ଼ ( ଇପିଏ ) ନୟାଗଡ ସରକାରୀ ଜମିକୁ ସରକାରୀ କଳ ଜଗିପାରିଲେ ନାହିଁ । ସରକାରୀ ଜମି ଜବରଦଖଲ କରି ପୌରପାଳ ଶ୍ରୀମତୀ ନିରୁପମା ଖଟେଇ ଏବଂ ତାଙ୍କ ସ୍ଵାମୀ ଶ୍ରୀକାନ୍ତ ଖଟେଇ କ୍ଷମତାର ଅପବ୍ୟବହାର ଜବରଦଖଲ, ଜବରଦଖଲ ଜାଗାରେ ୩ମହଲା କୋଠା ନିର୍ମାଣ କଲେ । ଆବଶ୍ୟକୀୟ ପ୍ଲାନ୍ ମଂଜୁର ନଥାଇ ମଧ୍ୟ କୋଠାଘର ନିର୍ମାଣ, ପୌର ପ୍ରଶାସନ ଦେଖି ନ ଦେଖିଲା ଭଳି ଡ୍ରାମାବାଜି କଲେ । ପୌର ପ୍ରଶାସନର ସ୍ଥାଣୁତା ଏବଂ ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପ୍ରତିବାଦରେ ବରିଷ୍ଠ ନାଗରିକ ପ୍ରମୋଦ ପଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଦାଖଲ କଲା ପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ଜବରଦଖଲ ଜମିର ମାପଚୂପ ଜୁଲାଇ ୭ ତାରିଖରେ କରାଇଲେ ।
ପ୍ରାରମ୍ଭିକ ତଦନ୍ତରୁ ଜଣାଗଲା ଯେ, ୩ଡିସିମିଲ ଜମି ଜବରଦଖଲ ହୋଇଛି, ତା ଉପରେ ୩ମହଲା କୋଠା ନିର୍ମାଣ ସରିଛି ଏବଂ “ଖଟେଇ ପରିବାର” ବର୍ତ୍ତମାନ ସୁଦ୍ଧା ସେ କୋଠାଘରେ ଅବସ୍ଥାନ କରୁଛନ୍ତି ।
ଏ ସଂକ୍ରାନ୍ତରେ ଅଭିଯୋଗକାରୀ ବାରମ୍ବାର ସରକାଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ଜିଲ୍ଲାପାଳ ଗତ ଅଗଷ୍ଟ ୪ ତାରିଖରେ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ମୋଷ୍ଟ ଅର୍ଜେଣ୍ଟ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଲେ
ଇତିମଧ୍ଯରେ ମୋଷ୍ଟ ଅର୍ଜେଣ୍ଟ ଚିଠି ୪୮ଦିନ ଅତିକ୍ରାନ୍ତ, ପ୍ରଶାସନ ସ୍ଥାଣୁତା, ନିଷ୍କ୍ରିୟତା ଏବଂ ଜବରଦଖଲକାରୀଙ୍କୁ ଅଧିକ ସମୟ ଗଡ଼ାଇବା ଲକ୍ଷ୍ୟ ନେଇ ଜିଲ୍ଲାପାଳଙ୍କ ଚିଠି ଅଳିଆ ଗଦାରେ । ପଦକ୍ଷେପ ଶୂନ୍ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପଦସ୍ଥ ଅଧିକାରୀ କର୍ଣ୍ଣପାତ କରୁ ଥିବାର, କୌଣସି ସୁରାକ ଅଭିଯୋଗକାରୀ ପାଇପାରିଲେ ନାହିଁ । ତେଣୁ ଅଭିଯୋଗକାରୀ ଜିଲ୍ଲାପାଳଙ୍କ ଅର୍ଜେଣ୍ଟ ଚିଠି ଅଳିଆ ଗଦାରେ ବୋଲି ଭାବିବା ସହିତ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟକୁ ‘ଢୋ’ ବୋଲି ବିବେଚନା କରୁଛନ୍ତି ଏବଂ ଜନସାଧାରଣ ମଧ୍ୟ ପଦସ୍ଥ ଅଧିକାରୀଙ୍କ ଉକ୍ତ ଚିଠିକୁ ବେଖାତିରି ବୋଲି ବିବେଚନା କରୁଛନ୍ତି । ଅଭିଯୋଗକାରୀ ପ୍ରମୋଦ ପଟନାୟକ ଏ ସମସ୍ତ ଘଟଣା ଏବଂ ଅନିୟମିତତା ସମ୍ପର୍କରେ ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
