November 13, 2025
Home » ୬୯ତମ ସର୍ବ ଭାରତୀୟ ସ୍କୁଲ କ୍ରୀଡା ପାଇଁ ଓଡିଶା ଟିମରେ କୋଚ ଭାବେ ଏହେସାସଙ୍କ ଜମ୍ମୁ କାଶ୍ମୀର ଗସ୍ତ l

୬୯ତମ ସର୍ବ ଭାରତୀୟ ସ୍କୁଲ କ୍ରୀଡା ପାଇଁ ଓଡିଶା ଟିମରେ କୋଚ ଭାବେ ଏହେସାସଙ୍କ ଜମ୍ମୁ କାଶ୍ମୀର ଗସ୍ତ l

0
WhatsApp Image 2025-11-12 at 11.30.07 AM

ସୁବର୍ଣ୍ଣପୁର– ୬୯ତମ ସର୍ବ ଭାରତୀୟ ସ୍କୁଲ କ୍ରୀଡା ପାଇଁ ଓଡିଶା ତାଇକଣ୍ଡୋ ଟିମର କୋଚ ଭାବେ ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାଟିର ଯୁବ କ୍ରୀଡାବିତ ଏହେସାସ ହୋତା । ୯ ନଭେମ୍ବର ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହେଉଥିବା ଜାତୀୟ ସ୍କୁଲ କ୍ରୀଡାର ତାଇକଣ୍ଡୋ ପ୍ରତିଯୋଗୀତାରେ ଓଡିଶାରୁ ମୋଟ ଆଠ ଜଣ ଖେଳାଳୀ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ କୋଚ ଭାବେ ଏହେସାସ ହୋତାଙ୍କୁ ଦାୟିତ୍ୱ ମିଳିଛି । ଓଡିଶା ଟିମ ସହ ସେ ଜମ୍ମୁ କାଶ୍ମୀରରେ ପହଂଚି ସାରିଛନ୍ତି । ଏହେସାସ ହୋତା ଜଣେ ଆନ୍ତର୍ଜାତୀୟ ଖେଳାଳୀ ଏବଂ କୋଚ ସହ ଏନେଇ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ପ୍ରତିଯୋଗୀତାରେ ଭାରତର ମୋଟ ୪୮ ଗୋଟି ଜୋନ ରୁ ୨୬ ଗୋଟି ରାଜ୍ୟର ୬୦୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିବା ଜଣାଯାଇଛି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *