June 13, 2025
Home » ୮ଦଫା ଦାବି ନେଇ ଗର୍ଜିଲେ ନିର୍ମାଣ ଶ୍ରମିକ

୮ଦଫା ଦାବି ନେଇ ଗର୍ଜିଲେ ନିର୍ମାଣ ଶ୍ରମିକ

0
WhatsApp Image 2024-09-12 at 4.51.31 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ର ହଜାର ହଜାର ନିର୍ମାଣ ଶ୍ରମିକ ଆଜି ଏକ ବିଶାଳ ରାଲିରେ ନଗର ପରିକ୍ରମା ସହ ତାଙ୍କର ୮ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲା ର ପଞ୍ଜିକୃତ ଶ୍ରମିକ ମାନଙ୍କୁ କାମ ର ଗ୍ୟାରେଣ୍ଟି ପ୍ରଦାନ ସହ ତାଙ୍କୁ ସାମାଜିକ ସୁରକ୍ଷା,ଅଣପଞ୍ଜିକୃତ ଅନୁପ୍ରବେଶକାରୀ ଶ୍ରମିକ ମାନଙ୍କୁ ଚିହ୍ନଟ କରି ନିର୍ମାଣ କାମରେ ସେମାନଙ୍କୁ ନିୟୋଜିତ ନକରିବା ଓ ସେମାନଙ୍କ ଦଖଲ ରେ ଥିବା ସରକାରୀ ଜମିରୁ ସେମାନଙ୍କୁ ବେଦଖଲ କରିବା ତଥା ଶିଶୁ ଶ୍ରମିକମାନଙ୍କୁ ନିର୍ମାଣ କାମରେ ନିୟୋଜିତ କରୁଥିବା ସମସ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅଣ ପଞ୍ଜିକୃତ ଠିକାଦାରଙ୍କୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ତଥା ପଞ୍ଜିକୃତ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ଠିକ୍ ସମୟରେ ପ୍ରଦାନ କରିବା ପ୍ରଭୃତି ବିଭିନ୍ନ ଦାବିନେଇ ଆଜି ଜିଲ୍ଲା ର ସମସ୍ତ ୬ଟି ବ୍ଲକରୁ ହଜାର ହଜାର ନିର୍ମାଣ ଶ୍ରମିକ ଆଜି ସ୍ଥାନୀୟ ରୟାଲ ପଡ଼ିଆରୁ ଏକ ବିଶାଳ ରାଲିରେ ନଗର ପରିକ୍ରମା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଏ ସମୟରେ କିଛି ସମୟ ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ଲୋକାରଣ୍ୟ ହେବାସହ ଆନ୍ଦୋଳନକାରୀ ଉକ୍ତ ରାସ୍ତା ଉପରେ ବସିରହିବାଯୋଗୁଁ କିଛି ସମୟଧରି ଉକ୍ତ ରାସ୍ତା ଅବରୋଧ ରହିଥିଲା । ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ସେମାନେ ଏସ୍ ପି ଙ୍କ କାର୍ଯ୍ୟାଳୟ ଓ ଶ୍ରମ କମିଶନରଙ୍କୁ ଭେଟି ତାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଏହି ବିକ୍ଷୋଭ ସମାବେଶ ରେ ଶ୍ରମିକ ନେତା ଗୋବିନ୍ଦ ମହାରଣା, କୃଷ୍ଣ ଚନ୍ଦ୍ର କମ୍ପ,ବୈକୁଣ୍ଠ ଶତପଥୀ, ନାରାୟଣ ଛନ୍ଦ,ଅମରେଶ ଦଳେଇ, ବୈଦ୍ୟନାଥ ବାରିକ,ବୀରବର ଦେହେରୀ,ଆଶାରାମ ସାହୁ,ଖାଡିଭୁଏ, ଉଗ୍ରସେନ ମଲ୍ଲିକ,ଶିବ ମହାରଣା,ଗୋପିନାଥ ନାଗ,ଦ୍ଵାରିକା ବେହେରା, ବସନ୍ତ କୁମାର ସାଲମା,ଲଛମନ୍ ମେର୍ଲି, ମନୋଜ ରଣା, ନରୋତ୍ତମ ଚାଉଳିଆ ଓ ମୋହନ ଭୋଇ,ଲକ୍ଷ୍ମୀନ୍ଦ୍ର ମଲ୍ଲିକ,ପ୍ରଦୀପ ଶଙ୍ଖୁଆ,ଲିଙ୍ଗ ପ୍ରଧାନ ପ୍ରମୁଖ ଜିଲ୍ଲା ର ଶ୍ରମିକ ନେତା ନେତୃତ୍ୱ ନେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *