ୱାର୍ଡ ନମ୍ୱର୍ ୧୪ର ସଫେଇ କର୍ମଚାରୀ ଙ୍କୁ ଦଶହରା ବସ୍ତ୍ର ବଣ୍ଟନ କଲେ କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧୪ନମ୍ୱର୍ ୱାର୍ଡ ରେ କର୍ପୋରେଟର ଗୀତା ରାଣୀ ପଣ୍ଡା ଓ ବିଜେଡି ଉପସଭାପତି ଦୁର୍ଗା ପ୍ରସାଦ ପଣ୍ଡା ନିଜସ୍ଵ ପାଣ୍ଠିରୁ ଦଶହରା ଲାଗି ସଫେଇ କର୍ମଚାରୀ ଓ ୱାର୍ଡ କର୍ମକର୍ତ୍ତା ଙ୍କୁ ମାଗଣା ରେ ବସ୍ତ୍ର ବଣ୍ଟନ କରିଥିଲେ । ପ୍ରେମ ନଗର୍ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ସାମ୍ୱାଦିକ ସଂଘ ଗଞ୍ଜାମ ର ସଭାପତି ସୁଦିପ କୁମାର ସାହୁ ଯୋଗ ଦେଇ ଏପରି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରାୟ ୬୫ ଜଣଙ୍କୁ ଏପରି ବସ୍ତ୍ର ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ କର୍ପୋରେଟର ପଣ୍ଡା ଙ୍କ ଦ୍ଵାରା ପୂର୍ବରୁ ମଧ୍ୟ ସାବିତ୍ରୀ ପୂଜା, ରାକ୍ଷୀ ପୂର୍ଣ୍ଣିମା ରେ ବସ୍ତ୍ର ବଣ୍ଟନ କରାଯାଇଥିଲା ।
ୱାର୍ଡ ର ସ୍ଵଚ୍ଛତା , ପରିବେଶ ର ସୁରକ୍ଷା ସହ ୱାର୍ଡ ର ବିକାଶ କାର୍ଯ୍ୟ ରେ ସଫେଇ କର୍ମଚାରୀ ଓ କର୍ମକର୍ତ୍ତା ସହଯୋଗ କରି ଆସୁଥିବାରୁ ସେମାନଙ୍କୁ ସମ୍ମାନ ଜଣାଇ ବାକୁ ଏହି ସହଯୋଗ ଯୋଗାଇ ଦିଆଯାଉଥିବା ଏଠାରେ ବିଜେଡି ଉପସଭାପତି ପଣ୍ଡା କହିଥିଲେ । ଅମୂଲ୍ୟ ସାବତ, କୁନି ବେହେରା, ବନିତା ପଣ୍ଡା, ଝୁଲି ପଟ୍ଟନାୟକ ଓ ସଞ୍ଜୁ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରି ଥିଲେ ।