October 16, 2026
Home » ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡ଼ା କ୍ରେଡିଟକେ। ଅପରେଟିଭ ବ୍ୟାଙ୍କ

ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡ଼ା କ୍ରେଡିଟକେ। ଅପରେଟିଭ ବ୍ୟାଙ୍କ

0
WhatsApp Image 2026-10-15 at 10.42.08 PM

ରାଜନଗର,: ରାଜନଗର ବ୍ଲକ ମହିଷାସୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତରପଦା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ସର୍ବସ୍ବ ଜଳିଯାଇଥିଲା। ସନ୍ଧ୍ୟା ଦୀପରୁ ଲାଗିଥବା ନିଆଁ ରେ ଦୁଇଟି ଗ୍ୟାସ ସିଲିଣ୍ଡର ଫାଟି ବିଷ୍ପେ।ରଣ ଘଟିବା ପରେ ଲେ।କମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ବିପନ୍ନ ପରିବାର ପିନ୍ଧା ଲୁଗା ବ୍ୟତୀତ ଅନ୍ୟ କିଛି ଉଦ୍ଧାର କରିପାରିନଥିଲେ। ବିପନ୍ନ ପରିବାର ପଡେ।ଶି ଘରେ ଆଶ୍ରୟ ନେଇଛନ୍ତି। ଖବରପାଇ କେନ୍ଦ୍ରାପଡ଼ା କ୍ରେଡିଟ କେ।ଅପରେଟିଭ ବ୍ୟାଙ୍କର ସଭାପତି ପ୍ରମୋଦକୁମାର ସାହୁ ବିପନ୍ନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଅଗ୍ନିକାଣ୍ଡର କାରଣ ଚାରି ବୁଝିଥିଲେ। ବ୍ୟାଙ୍କ ପକ୍ଷରୁ ପ୍ରତି ପରିବାରକୁ ନଗଦ ପାଞ୍ଚ ହଜାର ଟଙ୍କା। ଚାଉଳ ପ୍ୟାକେଟ, ଅଟା ଓ ଗ୍ରେ।ସରୀ ସାମଗ୍ରୀ ଏବଂ ଲୁଗାପଟା ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା କ୍ରେଡିଟ କେ। ଅପରେଟିଭ ବ୍ୟାଙ୍କ ବ୍ୟବସାୟ ବ୍ୟତୀତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯୟ ସମୟରେ ବିପନ୍ନଙ୍କୁ ସହାୟତା ର ହାତ ବଢାଉଥିବାରୁ ସାଧାରଣରେ ବ୍ୟାଙ୍କ ଓ ଏହାର ସଭାପତି ଶ୍ରୀ ସାହୁଙ୍କୁ ପ୍ରଂଶସା କରାଯାଇଛି। ଆଜିର ସହାୟତା ସମୟରେ ରାଜନଗର ବ୍ୟାଙ୍କ ଶାଖାପରିଚାଳକ ମନେ।ରଞ୍ଜନ ମୁଦୁଲି, କର୍ମଚାରୀ ମଳୟ ଦାସ, ଏଜେଣ୍ଟ ଅଜୟକୁମାର ସାହୁ ଓ ଜ୍ଞାନରଞ୍ଜନ ଦାସ ପ୍ରମୁଖ ସହାୟତା ପ୍ରଦାନ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *