August 9, 2026
Home » ଅଧପନ୍ତରିଆ ରାସ୍ତା ପାଲଟିଛି ମରଣଯନ୍ତା: ଝାଡ଼ଗାଁ  ଗ୍ରାମ ପ୍ରବେଶ ମୁହାଣରେ ବଢ଼ୁଛି ଦୁର୍ଘଟଣା ଆଶଙ୍କା

ଅଧପନ୍ତରିଆ ରାସ୍ତା ପାଲଟିଛି ମରଣଯନ୍ତା: ଝାଡ଼ଗାଁ  ଗ୍ରାମ ପ୍ରବେଶ ମୁହାଣରେ ବଢ଼ୁଛି ଦୁର୍ଘଟଣା ଆଶଙ୍କା

0
WhatsApp Image 2026-07-17 at 3.18.16 PM

ଯୋଡ଼ା – କେନ୍ଦୁଝର ଜିଲ୍ଲାର ଝାଡ଼ଗାଁ ଗ୍ରାମ ପ୍ରବେଶ ମୁହାଣରେ ଜାତୀୟ ରାଜପଥ-୫୨୦କୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏବେ ଏକ ମରଣଯନ୍ତା ପାଲଟିଛି। ପ୍ରତିଦିନ ଶହ ଶହ ଲୋକ ଜୀବନକୁ ବାଜି ଲଗାଇ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।ଏହି ରାସ୍ତା ଝାଡ଼ଗାଁ ସମେତ ଆଖପାଖ ଗ୍ରାମଗୁଡ଼ିକର ପ୍ରମୁଖ ସଂଯୋଗ ପଥ। ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, କର୍ମଜୀବୀ, ଚାଷୀ, ମହିଳା ଏବଂ ବୃଦ୍ଧମାନେ ଏହି ରାସ୍ତା ଦେଇ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି।

ସରକାରୀ ପିଡିଏସ୍ ଚାଉଳ ଆଣିବା ପାଇଁ ମଧ୍ୟ ଏହି ରାସ୍ତା ହିଁ ଏକମାତ୍ର ଭରସା।ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ କାମ ଆରମ୍ଭ ହେବା ପରେ ଠିକାଦାର ଅଧାରେ କାମ ଛାଡ଼ି ଚାଲିଯାଇଛନ୍ତି। ମାସ ମାସ ଧରି କାମ ବନ୍ଦ ରହିଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ କିମ୍ବା ଠିକାଦାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହା ଯୋଗୁଁ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଯାନବାହନ ଚଳାଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ଯଦି ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ ନ କରାଯାଏ, ତେବେ କେବଳ ସମୟର ଅପେକ୍ଷା—ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିପାରେ। ତେଣୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା କାମ ସମ୍ପୂର୍ଣ୍ଣ କରିବା ସହ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *