ଅନିଲ ନାୟକ ଙ୍କ ଜନ୍ମଦିନ ଉପଲକ୍ଷେ, ଛାତ୍ର ଛାତ୍ରୀ ମାନଙ୍କୁମାନ ପତ୍ର ସହ ଉପହାର ପ୍ରଦାନ
ବ୍ରହ୍ମପୁର, ପୂର୍ବତନ କର୍ପୋରେଟର୍ ତଥା ଅନିଲ ନାୟକ ସୋସିଆଲ ସର୍ଭିସ ଫାଉଣ୍ଡେସନ ତରଫରୁ, ୱାର୍ଡ ନଂ ୬ ସ୍ଥିତ ଶ୍ରୀରାମ ନଗର ଶାନ୍ତିମାର୍ଗ ଠାରେ, ଅନିଲ ନାୟକ ଙ୍କ ଜନ୍ମଦିନ ଉପଲକ୍ଷେ, ଚଳିତ ବର୍ଷ ମାଟ୍ରିକ, +୨ ଏବଂ +୩ ରେ ଉତୀର୍ଣ୍ଣ ହେଇଥିବା ୱାର୍ଡ ନଂ ୬ ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଫାଉଣ୍ଡେସନ ତରଫରୁ ମାନ ପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା l ଏଥିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅନିଲ ନାୟକ ସଭାପତୀତ୍ୱ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅର୍ବାନ ବ୍ୟାଙ୍କ ସଭାପତି,ଆର. ମୁରଲୀ ମହନ, ପୂର୍ବତନ କାଜୁ ନିଗମ୍ ଅଧ୍ୟକ୍ଷ ସୁବାଷ ମହାରଣା, ଆଇନ ଯିବି ପ୍ରଦୀପ ପଣ୍ଡା, ନୟନ ମହାପାତ୍ର ଓ ପ୍ରଦୀପ ବେହେରା l

ପୂର୍ବତନ ଛାତ୍ର ସଭାପତି ସୁଶାନ୍ତ କୁମାର ସାମଲ, କାନା ଚାରଟିବଲ ର ଅଧକ୍ଷା ଡ ,ରଞ୍ଜନା ମିଶ୍ର, ପ୍ରେସ କ୍ଲବ ସଭାପତି ଶ୍ରୀ ଅଶୋକ କୁମାର ବ୍ରହ୍ମା, ଟ୍ରେଜରିଏର ଶିବ କୁମାର ପଣ୍ଡା, ସମାଜସେବୀ କେ. ରାଜ କୁମାର ସେନାପତି, ଚନ୍ଦ୍ରଶେଖର ଗୌଡ଼, ବଜରଙ୍ଗ ଚୌଧୁରୀ ଓ ଆନନ୍ଦ ମାହାଙ୍କୁଡ ପ୍ରମୁଖ ମଂଚାସୀନ ଥିଲେ l ସଭା ପରିଚାଳନା ରେ ସାଗରୀକା ଆଚାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୋଟ ୧୦୭ଜଣ ଛାତ୍ର, ଛାତ୍ରୀ,ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ ଫାଉଣ୍ଡେସନର ଅଧକ୍ଷ ଓ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଆଗାମି ଭବିଷ୍ୟତ ଓ ସମାଜରେ ଭଲ ମଣିଷ ଭାବେ ନିଜ ନିଜର ଭବିଷ୍ୟତ ଗଡିତଳିବା ପାଇଁ ଆଲୋକପାତ କରିଥିଲେ l ଏଥିରେ ଫାଉଣ୍ଡେସନର ସଦସ୍ୟ ବାଦଲ ବିଶୋଇ, ତ୍ରିଲୋଚନ ବେହେରା, ରାମ ନାୟକ, ଜନାର୍ଦନ ଘଡେଇ, ଆଦିତ୍ୟ ମୁଖି, ବୀରେନ୍ଦ୍ର ବେହେରା, ଗଣେଶ ନାୟକ, ସାହିଲ ଘଡେଇ, ଵିଶାଲ ଘଡେଇ, ସନ୍ତୋଷ ମଧେଇ, ଆରୟାନ ନାୟକଙ୍କ ସମତେ ବହୁ ୱାର୍ଡବାସୀ ସହଯୋଗ କରିଥିଲେ l
