ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ (ଆଇଡିପିଡି ) ୨୦୨୫ ପାଳିତ
ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବୀନ ଚନ୍ଦ୍ର ନାୟକ ଓଏଏସ ଏଡିଏମ(ସାଧାରଣ)ଙ୍କ ଅଧ୍ୟକ୍ଷତାରେ ରାୟଗଡ଼ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ବୁଧୁବାର ସକାଳେ ୧୧.୩୦ ସମୟରେ ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଞ୍ଚାସିନ ଥିବା ଅତିଥିଗଣମାନେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।

ବିଷୟବସ୍ତୁ ଥିଲା “ସାମାଜିକ ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ଅକ୍ଷମତା-ସମାବେଶୀ ସମାଜକୁ ପ୍ରୋତ୍ସାହିତ କରିବା”। ଏହି ଦିବସରେ ଆଜି ସାରା ବିଶ୍ୱବ୍ୟାପୀ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରକୁ ସଚେତନତା ଏବଂ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି।ଏଥିରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମଝି, ଡିଏସଏସଓ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ା ବିଡ଼ିଓ ଶ୍ରୀ ସୁଜିତ କୁମାର ମିଶ୍ର , ଡିପିହେଚଓ ଡ. ରୁମା ମହାପାତ୍ର,ରାୟଗଡ଼ ପୌରପାଳିକା ଉପାଧ୍ୟକ୍ଷ ଶ୍ରୀମତୀ ଶୁଭ୍ରା ପଣ୍ଡା,ରାୟଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ହରଚନ୍ଦ୍ର ହେପୃକା,ଅଧ୍ଯକ୍ଷ ଶ୍ରୀ ପିଏମ ପଟନାୟକ,RBMS ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ, RBMS ସଭାପତି ଶ୍ରୀ ଶିଶିର କୁମାର ରାଉଳ, OVM ସଭାପତି ଶ୍ରୀ ରାକେଶ ହିମିରିକା ମଞ୍ଚାସିନ ଥିଲେ।

ଆଜି ଭିନ୍ନକ୍ଷମ ହେଲେ ମଧ୍ୟ ସକ୍ଷମ ଭଳି ସମାଜରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଭୂମିକାରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିଆସୁଛନ୍ତି ବୋଲି ମଞ୍ଚାସିନ ଥିବା ଅତିଥିଗଣ ନିଜ ନିଜର ଅଭିଭାଷଣରେ କହିଥିଲେ ।ଏହି ଅବସରରେ ରେଲି , ପ୍ରବନ୍ଧ, ବତ୍କୃତା,ପ୍ୟାନେଲ ଆଲୋଚନା, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସମାଜରେ ସଚେତନତା ଏବଂ ଅନ୍ତର୍ଭୁକ୍ତି ବୃଦ୍ଧି ପାଇଁ ପ୍ରୟାସ ଅନ୍ତର୍ଭୁକ୍ତ।ରାୟଗଡ଼ା ବିଡ଼ିଓ ଶ୍ରୀ ସୁଜିତ କୁମାର ମିଶ୍ର ସ୍ଵାଗତ ଭାଷଣରେ ୪୦% ଭିନ୍ନକ୍ଷମଙ୍କୁ ୧୦୦୦/- ଟଙ୍କା, ୬୦% ଙ୍କୁ ୧୨୦୦/- ଟଙ୍କା,୮୦%ଙ୍କୁ ୩୫୦୦/- ଟଙ୍କା ଆର୍ଥିକ ଭତ୍ତା ପ୍ରଦାନ କରାଯାଉଥିବା କହିଥିଲେ।ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମସ୍ତ ଭିନ୍ନକ୍ଷମଙ୍କ ଦ୍ଵାରା ସକାଳେ ୮.୩୦ ସମୟରେ ଆଇ ଟି ଡି ଏ ଛକ ବସଷ୍ଟାଣ୍ଡ, କୋରାପୁଟ ଛକ ଦେଇ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ସଚେତନତା ଭାଲି ଅନୁଷ୍ଠିତ ହୋଇଥିଲା।

ଉକ୍ତ ଅତିଥିଙ୍କ ଦ୍ଵାରା ହିତାଧ୍ୟାକାରୀଙ୍କୁ ଭତ୍ତା, ଉପକରଣ ସହ ୯୦% ଦୃଷ୍ଟିହିନତା ଥିବା ୦୩ ଜଣଙ୍କୁ ଯନ୍ତ୍ର ଉପକରଣ ପ୍ରଦାନ କରାଯାଇଥିଲା। ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ୭ ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ୨,୫୦,୦୦୦/- ଟଙ୍କା ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସକାଶେ ବତ୍କୃତା ,ରଚନା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ଏଥିସହ ଭିନ୍ନକ୍ଷମଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
