ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବିରାମଚନ୍ଦ୍ରପୁର ବିଦ୍ୟାଳୟ ର ସଫଳତା l
ସୁବର୍ଣ୍ଣପୁର : ଶିକ୍ଷାବର୍ଷ 2026-27 ଷଷ୍ଠ ଶ୍ରେଣୀ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିରାମଚନ୍ଦ୍ରପୁରର ପ୍ରତ୍ୟୁଷ ପରଡ଼ିଆ, ସିମରନ ବେହେରା ଓ ପ୍ରିୟାଂଶି ପ୍ରିୟଦର୍ଶିନୀ ବେହେରା ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଏହି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ I ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି I ପ୍ରତ୍ୟୁଷ ପରଡ଼ିଆ ଶ୍ରୀମତୀ ବବିତା ପରଡ଼ିଆ ଓ ଜିତେନ୍ଦ୍ର ପରଡ଼ିଆଙ୍କ ସୁପୁତ୍ର ହୋଇଥିଲା ବେଳେ ସିମରନ ବେହେରା ଶ୍ରୀମତୀ ଜନକାନ୍ତି ବେହେରା ଓ ଶ୍ରୀଯୁକ୍ତ ତଞ୍ଜନ ବେହେରାଙ୍କ ସୁକନ୍ୟା ଓ ପ୍ରିୟାଂଶି ପ୍ରିୟଦର୍ଶିନୀ ବେହେରା ଶ୍ରୀମତୀ ନିବେଦିତା ବେହେରା ଓ ଶ୍ରୀଯୁକ୍ତ ଦୁଷ୍ମନ୍ତ ବେହେରାଙ୍କ ସୁକନ୍ୟା ଅଟନ୍ତି I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
