ଅପରେସନ ସାଇବର କବଚ: ସୁବର୍ଣ୍ଣପୁର ଜିଲ୍ଲାରେ 1501 ଟି ଆକାଉଣ୍ଟ ହୋଇଛି ଯାଞ୍ଚ
ସୁବର୍ଣ୍ଣପୁର–ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ଗତ ତା. ୧୩.୦୨.୨୦୨୬ ରୁ ୧୨.୦୩.୨୦୨୬ ପର୍ଯ୍ୟନ୍ତ ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି । ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ mule ( ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକ ମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୧୫୦୧ ଟି ଆକାଉଣ୍ଟ ଯାଞ୍ଚ କରାଯାଇଛି । ଏହାସହ mule ଆକାଉଣ୍ଟ ସମ୍ବନ୍ଧରେ ସୋନପୁର ପୋଲିସ ରେ ୦୩ ଟି, ବୀରମହାରାଜପୁର ପୋଲିସ ରେ ୦୨ ଟି, ବିନିକା ପୋଲିସ, ସୁବଳୟା ପୋଲିସ, ଡୁଙ୍ଗୁରିପାଲି ପୋଲିସ ଓ CC & EO PS ରେ ଗୋଟିଏ ଲେଖାଏଁ ସର୍ବମୋଟ ୦୯ ଟି କେସ ରୁଜୁ କରାଯାଇଛି । ଏହି କେସ ମାନଙ୍କରେ ୦୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ 26 ଜଣଙ୍କୁ ଆଇନଗତ ନୋଟିସ ଜାରି କରାଯାଇଛି ବୋଲି ସୂଚନା ମିଳିଛି l ଉପରୋକ୍ତ କେସ ମାନଙ୍କରେ ଚିହ୍ନଟ ହୋଇଥିବା mule ଆକାଉଣ୍ଟ ରେ ସମୁଦାୟ ୭ କୋଟି ୮୨ ଲକ୍ଷ ଟଙ୍କାର କାରବାର ହୋଇଥିଲା । ଏହିସବୁ କେସରେ ଆସାମୀ ମାନଙ୍କ ଠାରୁ ମୋବାଇଲ, ATM କାର୍ଡ ଏବଂ ପାସବୁକ ଗୁଡିକ ଜବତ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ CC & EO PS ସ୍ଥାପନ ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରଯାଇଥିଲା । ଗତକାଲି ଆକାଉଣ୍ଟ ଯାଞ୍ଚ ସମୟରେ 0୬ ଟି mule ଆକାଉଣ୍ଟ ଠାବ କରାଯାଇଥିଲା । ଏହି ସମ୍ପୃକ୍ତି ରେ CC & PS Case No. 01 Dt.09.03.2026 U/s-112(2)/317(2)/317(5) /318(4)/61(2) BNS / Sec. 66(C )/66(D) I.T Act. ରୁଜୁ କରାଯାଇଥିଲା । ପ୍ରାଥମିକ ତଦନ୍ତରେ ଏହି ଆକାଉଣ୍ଟ ମାନଙ୍କ ରୁ ୦୩ କୋଟି ୧୭ ଲକ୍ଷ ଟଙ୍କାର ର କାରବାର ହୋଇଥିବା ଜଣାପଡିଛି l ଏଥିରେ ସମ୍ପୃକ୍ତ 0୫ ଜଣ ଙ୍କୁ ଅଟକ ରଖି ପଚାରିବାରେ ସେମାନେ ନିଜ ଆକାଉଣ୍ଟ ସାଇବର ଫ୍ରଡରେ ବିନିଯୋଗ କରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ଠାରୁ ମୋବାଇଲ, ATM କାର୍ଡ ଏବଂ ପାସବୁକ ଜବତ କରାଯାଇଛି ଓ ଆଜି ସମସ୍ତ 0୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦିଆଯାଇଛି l ରାଜ୍ୟବାସୀଙ୍କ ଡିଜିଟାଲ କାରବାର ସୁରକ୍ଷା ପାଇଁ ଓଡିଶା ପୋଲିସ ସର୍ବଦା ପ୍ରତିଶ୍ରୁତି ବଦ୍ଧ । ଜନସାଧାରଣଙ୍କୁ ସୁବର୍ଣ୍ଣପୁର ପୋଲିସ ତରଫରୁ ଅପିଲ କରାଯାଇଛି ଯେ କୌଣସି ଅଜଣା ନମ୍ବର ରୁ ଲୋଭନୀୟ ବା ଅବିଶ୍ଵନୀୟ ଅଫର ଉପରେ ବିଶ୍ବାସ କରନ୍ତୁ ନାହିଁ l ଆବଶ୍ୟକ ସ୍ଥଳେ ନ୍ଯାଶନ୍ଯାଲ ସାଇବର ହେଲ୍ପ ଲାଇନ ନମ୍ବର 1930 ବା ସୁବର୍ଣ୍ଣପୁର ସାଇବର ପୋଲିସ ହେଲ୍ପ ଲାଇନ ନମ୍ବର 8280446541 ରେ ଯୋଗାଯୋଗ କରିବାକୁ କୁହାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
