ଯୁଗ୍ମ ଜନ ଶୁଣାଣୀ ରେ ଗୋ ଚାଲାଣ ରୋକ ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କ ସାର୍ବଜନୀନ ହେଲା ଫୋନ୍ ନମ୍ବର
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଗୋୟଲ୍ ଙ୍କ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ତରଫରୁ କେତୋଟି ସାମୁହିକ ଅଭିଯୋଗ ହୋଇଥିଲା l ଏହି ଅବସରରେ ଗୋ – ଚାଲାଣ ରୋକ ଓ ଗୋ ସୁରକ୍ଷା ପାଇଁ , ଆରକ୍ଷୀ ଅଧିକ୍ଷକ, ଶ୍ରୀ ରାହୁଲ ଗୋୟଲ୍ ଏକ ସାର୍ବଜନୀନ ଫୋନ୍ ନମ୍ୱର୍ ୯୪୩୮୯୧୬୬୯୦ ପ୍ରକାଶ କଲେ l
ଏହି ମୋବାଇଲ ନମ୍ୱର୍ ମାଧ୍ୟମ ରେ, ଗୋ- ସୁରକ୍ଷା ଦୃଷ୍ଟିରୁ ପୋଲିସ ଙ୍କୁ ଯୋଗାଯୋଗ କରାଯାଇ ପାରିବ ବୋଲି, ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି l ସରକାରୀ କାର୍ଯ୍ୟ ରେ ଓଡ଼ିଆ ଭାଷା କୁ ସଠିକ୍ ଭାବେ ପାଳନ କରିବା ପାଇଁ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ଙ୍କ ଚିଠି କୁ ଜିଲ୍ଲାପାଳ ଦେଖିଲା ପରେ ଓଡ଼ିଆ ଭାଷା କୁ ବୌଦ୍ଧ ଜିଲ୍ଲା ରେ କଡାକଡି ଭାବେ ପାଳନ କରିବା ପାଇଁ ସମସ୍ତ ବିଭାଗ କୁ ଚିଠି କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି l
ଆଗାମୀ ଦିନରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ ଜିଲ୍ଲାପାଳ l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ର ଯୁଗ୍ମ ଜନଶୁଣାଣୀ ଅନୁସାରେ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ, ” ବନ୍ଦେ ମାତରଂ ” ଗାନ କୁ ସରକାରୀ କାର୍ଯ୍ୟକ୍ରମ ରେ ଗାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା l ଆଜି ” ବନ୍ଦେ ମାତରଂ ” ଗାନ କୁ ଜନଶୁଣାଣୀ ଆରମ୍ଭ ରୁ ସାମୁହିକ ଗାନ କରାଗଲା l ଏହା ଏକ ସାଧୁବlଦ ପ୍ରୟାସ ଆରମ୍ଭ ହେଲା l
ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମ ରେ ବିଧିବଦ୍ଧ ଭାବରେ ଗାନ କରାଯିବାକୁ ଜିଲ୍ଲା ସଂସ୍କୃତି ବିଭାଗ କୁ ଚିଠି କରିବା ପାଇଁ ସୂଚନା ଦେଇଛନ୍ତି l ବୌଦ୍ଧ ଜିଲ୍ଳା ରେ ବର୍ଷକୁ ପ୍ରାୟ ୩୦୦୦ ୟୁନିଟ୍ ରକ୍ତର ଅଭାବ ରହିଛି l ରକ୍ତ ଦାତl ଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ କର୍ମଚାରୀ ରକ୍ତ ଦାନ ଦିନର ନିଜର ଗୋଟିଏ ଦିନର ଛୁଟି କୁ ନିକଟସ୍ଥ ଅଧିକାରୀ ଙ୍କ ଠାରୁ ଲିଖିତ ଆବେଦନ କରି ଛୁଟି ମଞ୍ଜୁର କରାଇ ନେଇପାରିବେ ବୋଲି ଜିଲ୍ଲାପାଳ ଚିଠି କରିବାକୁ ସମ୍ମତି ପ୍ରଦାନ କରିଛନ୍ତି lସମସ୍ତ ଅଭିଯୋଗ କୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଗ୍ରହ ର ସହ ଶୁଣି ଉଚିତ୍ ପଦକ୍ଷେପ ନେଇଥିବାରୁ ତାଙ୍କୁ ସଂଗଠନ ତରଫରୁ ସାଧୁବାଦ ଜଣାଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
