April 10, 2026
Home » ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ବିଜେପି ନେତା ଙ୍କ ସ୍ତ୍ରୀ ଙ୍କ ନାମରେ ଖାଉଟି କାର୍ଡ(ବିଭାଗ ପକ୍ଷରୁ ଡିଲେଟ)

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ବିଜେପି ନେତା ଙ୍କ ସ୍ତ୍ରୀ ଙ୍କ ନାମରେ ଖାଉଟି କାର୍ଡ(ବିଭାଗ ପକ୍ଷରୁ ଡିଲେଟ)

0
WhatsApp Image 2026-04-10 at 10.33.40 AM

 

ପୋଲସରା: ଗରିବ ଓ ଅସହାୟ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଉଟି କାର୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ପୋଲସରା ବ୍ଲକ ର ବର୍ତ୍ତିନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝିଟିକାବାଡି ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସ୍ତ୍ରୀ ନିଳାଦ୍ରୀ ବାଢେଇ ଙ୍କ ନାମରେ ଖାଉଟି କାର୍ଡ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ପ ବାଢେଇ ଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହିତ ପରିବାରରେ ଚାରିଜଣ ସଦସ୍ୟ ଅଟନ୍ତି। କାମ୍ପ ବାଢେଇ ଦୁଇ ପୁଅ ବୈଷୟିକ ଶିକ୍ଷା (Software engineer) ଶିକ୍ଷା ଲାଭ କରି ଉଚ୍ଚ ଦରମା ରେ ଚାକିରୀ କରୁଛନ୍ତି। ଏହା ସତ୍ତ୍ୱେ କାମ୍ପ ବାଢେଇ ପୋଲସରା ବିଜେପିର ବରିଷ୍ଠ ନେତା ହୋଇଥିବାରୁ ଏହାର ସୁଯୋଗ ନେଇ ନିଜ ସ୍ତ୍ରୀ ନିଳାଦ୍ରୀ ବାଢେଇ ଙ୍କ ନାମରେ ଗୋଟିଏ ଖାଉଟି କାର୍ଡ ହାତେଇବା ରେ ସଫଳ ହୋଇଛନ୍ତି। ଉକ୍ତ ଖାଉଟି କାର୍ଡ ର ସଂଖ୍ୟା ୧୧୧୭୦୪୧୧୫୮୯ ଅଟେ। କ୍ଷମତା ପ୍ରୟୋଗ କରି ନିଜର ସ୍ୱଚ୍ଛଳ ସମ୍ପର୍କିୟ ମାନଙ୍କ ନାମରେ ମଧ୍ୟ ଏକାଧିକ ଖାଉଟି କାର୍ଡ କରାଇଥିବା ଜଣାପଡିଛି। ଏହି ଜଣା ପଡ଼ିବା ପରେ ଖାଉଟି କାର୍ଡ ପାଇବାରୁ ବଞ୍ଚିତ ଗରିବ ତଥା ଯୋଗ୍ୟ ହିତାଧିକାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଶ୍ରୀମତୀ ବାଡେଇ ଙ୍କ ଖାଉଟି କାର୍ଡ କୁ ବାତିଲ କରି ଜଣେ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଦାନ କରିବା ପାଇଁ ଦାବି ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କାର୍ଡଟିକୁ ଡିଲେଟ୍ କରାଯାଇଛି।

Leave a Reply

Your email address will not be published. Required fields are marked *