August 2, 2026
Home » ଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ସୁନାମଧନ୍ୟ ଲୋକପ୍ରିୟ କର୍ମଚାରୀ “ସିଦ୍ଧାର୍ଥ ଦେ” ।

ଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ସୁନାମଧନ୍ୟ ଲୋକପ୍ରିୟ କର୍ମଚାରୀ “ସିଦ୍ଧାର୍ଥ ଦେ” ।

0
1001204611
ନୟାଗଡ଼  ( ଇପିଏ ) ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ସିଦ୍ଧାର୍ଥ ଦେ ଆଜି ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ
। ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହ କରି ସାରା ଜିଲ୍ଲାରେ ଲୋକପ୍ରିୟ ହୋଇପାରିଥିଲେ । ଶ୍ରୀଯୁକ୍ତ ଦେଙ୍କ ଅବସର ପରବର୍ତ୍ତୀ ସମୟର ଚଲାପଥ ଉଜ୍ଜ୍ୱଳ୍ମୟ ହେଉ ବୋଲି ଉପସ୍ଥିତ ସମସ୍ତ ସଦସ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ,ଜୀବନର ଶୁଭ ମନାସି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ଦେ ନୟାଗଡ ଜିଲ୍ଲାର ସାମ୍ବାଦିକ ମାନଙ୍କର ଅତି ପ୍ରିୟ ଥିଲେ । ନୟାଗଡ ଜିଲ୍ଲାର ସାମ୍ବାଦିକମାନେ ସିଦ୍ଧାର୍ଥ ଦେଙ୍କ ହସ ହସ କଥା ଓ ବ୍ୟବହାର ପାଇଁ ଝୁରିହେଉଛନ୍ତି ।ପ୍ରଭୁ ଜଗନ୍ନାଥ ସିଦ୍ଧାର୍ଥ ବାବୁଙ୍କର ସର୍ବ ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *