February 9, 2026
Home » ଅବହେଳିତ ଅବସ୍ଥାରେ ସୋନପୁର କୁଷ୍ଠାଶ୍ରମ

ଅବହେଳିତ ଅବସ୍ଥାରେ ସୋନପୁର କୁଷ୍ଠାଶ୍ରମ

0
WhatsApp Image 2025-02-13 at 2.08.47 PM

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଅନ୍ତର୍ଗତ କୁଷ୍ଠ କଲୋନୀ ରେ ରହୁଛନ୍ତି 16 ଗୋଟି ପରିବାର l କୁଷ୍ଠ ହୋଇ ଥିବାରୁ କୁଷ୍ଠ ବ୍ୟକ୍ତି ଙ୍କ ସହିତ ନ ମିଶିବା ପାଇଁ କହିଛନ୍ତି ଗାଁ ଲୋକ ମାନେ l ଗାଁ ମାନଙ୍କରୁ ବାସନ୍ଦ ହେଲା ପରେ ସୋନପୁର ସ୍ଥିତ ଜିଲ୍ଲା କୁଷ୍ଠ କଲୋନୀ ରେ ରହୁଛନ୍ତି l ସ୍ତ୍ରୀ, ପୁରୁଷ ମିଶି 16 ପରିବାର ର ସଦସ୍ୟ ରହୁଥିବା ଜଣାଯାଏ l ଏମାନଙ୍କର ଜମି ନାହିଁ କି ସ୍ଥାୟୀ ଜମି ପଟା ନାହିଁ କି ଘର ଖଣ୍ଡେ ବି ନାହିଁ ରହିବା ପାଇଁ l ପରିବାର ମାନଙ୍କ ରୁ ବାସନ୍ଦ ହେଲା ପରେ ଏକା ସାହା ଭରସା l

ସଂଗ୍ରାମ କରି ଜୀବନ ସହ ବଞ୍ଚୁଛନ୍ତି ସରକାର ଙ୍କ ଭରସାରେ l ଭାରତ କୁ କୁଷ୍ଠ ମୁକ୍ତ କରିବା ପାଇଁ ଅନେକ ଯୋଜନା କରିଛନ୍ତି l ହେଲେ ଏ ସବୁ ଯୋଜନା କାହା ପାଇଁ l ଅନେକ ଟଙ୍କା ଖର୍ଚ୍ଚ ବି ହେଉଛି I କିନ୍ତୁ ପକୃତରେ କେମିତି ଅଛନ୍ତି କୁଷ୍ଠ ରୋଗୀ l ସେହି ସ୍ଥିତି ପରଖିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ସମୟ ନାହିଁ l ନିରବ ଜିଲ୍ଲା ପ୍ରଶାସନ l କୁଷ୍ଠ ରୋଗୀ ରହୁ ଥିବା ଘର ଭିତରେ ବିଷ ଧର ସାପ ବିଭିନ୍ନ ସମୟ ରେ ବାହାରୁଛନ୍ତି l କୁଷ୍ଠ ଆଶ୍ରମ ଚାରି ପଟେ କୌଣସି ବାଡ଼ ନଥିବାରୁ ଚୋର ମାନେ ଆସି ବିଭିନ୍ନ ସମୟ ରେ ଚୋରୀ କରୁଛନ୍ତି l ଘର କାନ୍ଥ ଗୁଡିକ ଭାଙ୍ଗି ଯାଇଛି ଓ କିଛି ବିପଦପୂର୍ଣ୍ଣ ଅବସ୍ଥା ରେ ଅଛି lଆଜ ବେଷ୍ଟର ସବୁ ଫାଟି ଯାଇ ଘର ମାନଙ୍କ ରେ ଟିକିଏ ବର୍ଷା ହେଲେ ପାଣି ପଡୁଥିବାରୁ ଛତା ବ୍ୟବହାର କରି ରହୁଛନ୍ତି ରୋଗୀ ମାନେ l ଏପରି ସ୍ଥିତି ରେ ଘର ମରାମତି ହେଉନାହିଁ l ବିଭିନ୍ନ ସମୟ ରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ରୋଗୀ ମାନେ l ବିଭିନ୍ନ ସମୟ ରେ ସରକାରୀ ବାବୁ ମାନେ ଆସି ଖାଲି ପ୍ରତିଶୃତି ଦେଇ ଯାଉଛନ୍ତି ରୋଗିମାନଙ୍କୁ ବୋଲି ଦୁଃଖ ରେ ଆଖି ଛଳ ଛଳ ନୟନ ରେ କହିଥିଲେ ଆମ ସାମ୍ବାଦିକ ମାନଙ୍କ ସାମ୍ନାରେ l କୁଷ୍ଠ ରୋଗୀମାନଙ୍କ ଆଶ୍ରମ କେମିତି ମରାମତି ହେବ ତାହା ବଡ଼ ଚିନ୍ତାର କାରଣ l ଆଗକୁ ଆସୁଛି ବର୍ଷା ଋତୁ l ଏ ନେଇ ସରକାରଙ୍କୁ ବାରମ୍ବାର ଜଣେଇଛନ୍ତି କୁଷ୍ଠ ରୋଗୀ l ଜିଲ୍ଲା ପ୍ରଶାସନ କେବେ ଏମାନଙ୍କ ଦୁଃଖ ବୁଝିବେ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *