ଅବିନାଶ ଠାକୁର କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଯୁବ ସଭାପତି
ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ ବିଜେଡି ଯୁବ ସଭାପତି ଭାବେ ଅବିନାଶ ଠାକୁରଙ୍କ ନାମ ଚୟନ କରିଛନ୍ତି। ଯାହାକୁ ନେଇ ଜିଲା ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀ ଠାକୁର ବିଜେଡ଼ି ର ଜଣେ ସକ୍ରିୟ ଓ ଲଢ଼ୁଆ ନେତା ଭାବେ ଜିଲ୍ଲାରେ ବେଶ ପରିଚିତ।ଏହାପୂର୍ବରୁ ଅବିନାଶ ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ରହିଥିଲେ। ଆଗାମୀ ଦିନରେ ଦଳର ଯୁବ ସଂଘଠନଙ୍କୁ ମଜଭୁତ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ବିଭିନ୍ନ ଅବହେଳା ଓ ଦୁର୍ନୀତିକୁ ନେଇ ଲଢ଼େଇ କରାଯିବ ବୋଲି ସଭାପତି ଠାକୁର ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….
