July 23, 2026
Home » ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଚ କତ୍ତୃପକ୍ଷ ଙ୍କ ତଦନ୍ତ କେବେ?

ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଚ କତ୍ତୃପକ୍ଷ ଙ୍କ ତଦନ୍ତ କେବେ?

0
WhatsApp Image 2026-07-23 at 3.42.57 AM (1)

ଫୁଲବାଣୀ: ଇ ପି ଏ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ବପଲମେଣ୍ଡି”ବି”ଗ୍ରାମ ପଞ୍ଚାୟତ ଅଧୀନ ଲୁଜୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର “୫୧” ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପୂରୁଣା ଆଜବେଷ୍ଟ ଗୃହରେ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଅଛି,ହେଲେ ନା ଆଗରେ ଅଛି,ନା ପଛରେ ଅଛି ପାଚେରୀ,ତା ମାନେ ପାଚେରୀ ବିହୁନେ ଅଙ୍ଗନୱାଡି କେନ୍ଦ୍ର ତେବେ କୁନି କୁନି ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ,ପୂରୁଣା ଅଙ୍ଗନୱାଡି କେନ୍ଦ୍ର ପଛପଟେ ବିରାଟକାୟ ଗଛ ଥିଲା ସେହି ଗଛ କାଟିବା ଭଳି ପରିସ୍ଥିତି ହୋଇଥିବା, ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ଏବେ ଅସ୍ଥାୟୀ ଭାବରେ “ବନ ସୁରକ୍ଷା ସମିତି”ଗୃହ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର “୫୧”ଲୁଜୁରାମୁଣ୍ଡା।

ସୂଚନାଯୋଗ୍ୟ ଯେ ଗଛ କାଟିବା ପାଇଁ ଟିକାବାଲି ବନାଞ୍ଚଳ ଅଧିକାରୀ ଙ୍କ ଅନୁମତି ମଗାଯାଇଥିବ, ନତୁବା ରେଞ୍ଜର, ଫରେଷ୍ଟର ଙ୍କ ଦୃଷ୍ଟି ଗୋଚର ରେ ଥାଇପାରେ? ପୂଣି ବନ ସୁରକ୍ଷା ସମିତି ଗୃହ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ଏକଥା ମଧ୍ୟ ରେଞ୍ଜର ଙ୍କ ନଜରରେ ଥାଇପାରେ ନଥାଇ ପାରେ,ଉଦାହରଣ ସ୍ୱରୂପ “ବନ ସୁରକ୍ଷା ସମିତି”ଗୃହ ଜିଲ୍ଲାପରିଷଦ, କନ୍ଧମାଳ ଫୁଲବାଣୀ ଙ୍କ ଆର୍ଥିକ ବର୍ଷ ୨୦୨୪-୨୫ ଅଟକଳ ମୂଲ୍ୟ ୮.୫୦.୦୦୦ ରେ ନିର୍ମିତ ହୋଇଛି, ଅନେକ ସ୍ଥାନରେ ତାଲା ଝୁଲୁଛି ଏକଥା କଣ ମିଛ।ଆଗରୁ ଅଙ୍ଗନୱାଡି କେନ୍ଦ୍ର ର କୁନି କୁନି ପିଲାମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ବହୁ ସ୍ଥାନ ରେ ବନ ସଂରକ୍ଷଣ ସମିତି ଗୃହ ରେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି। ଇ ପି ଏ ଖବରକାଗଜ ରେ ଆଗରୁ ଅଙ୍ଗନୱାଡି କେନ୍ଦ୍ର “ବନ ସଂରକ୍ଷଣ ସମିତି”ଗୃହ ରେ ଚାଲିଥିବା ଖବର ପ୍ରକାଶ ପରେ ଜିଲ୍ଲାରେ ତଦନ୍ତ ପ୍ରକ୍ରିୟା ମୋର ଧରିଥିଲା, ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡି ଏସ ଡବ୍ଲୁ ତେବେ ମାସରେ କେତୋଟି ଅଙ୍ଗନୱାଡି କେନ୍ଦ୍ର ର ସମସ୍ୟା ଅନୁଧ୍ୟାନ କରି ସମସ୍ୟା ବିଷୟରେ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭାଗିୟ ଉଚ୍ଚ କତ୍ତୃପକ୍ଷ ଙ୍କୁ ଅବଗତ କରାଇଛନ୍ତି ନା କେବଳ କାଗଜ କଲମରେ ଟୁରୁଡାଇରି ସଜାଇ ପ୍ରଦର୍ଶନ କରୁଛନ୍ତି। ଅସ୍ଥାୟୀ ଗୃହ ରେ ଅଙ୍ଗନୱାଡି କେନ୍ଦ୍ର ଚାଲିବା ଦ୍ବାରା ବହୁ ଜିନିଷ ପିଲାମାନଙ୍କୁ କ୍ଷତି ପହଞ୍ଚାଇ ଥାଏ,ଛକରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ଦ୍ବାରା ପିଲାମାନଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସହାୟକ ହେଉଛି। ବିଭିନ୍ନ ପ୍ରକାରର ମାନଚିତ୍ର, ବିଭିନ୍ନ ଚିତ୍ର ବିଚିତ୍ର କାନ୍ଥ ଉପରେ ଅଙ୍କା ଯାଇଥାଏ।ସେଗୁଡିକ ଦେଖି ପିଲା ସିଖେ ଓ ଗ୍ୟାନ ଆହାରୀ କରେ।ଏଠି ସଂପୂର୍ଣ୍ଣ ଓଲଟା ଏଠି କେବଳ ପାଲଟା ଚାଲିଛି ଅଙ୍ଗନୱାଡି କେନ୍ଦ୍ର ତଦାରଖ ପାଇଁ ନା ସି ଡ଼ି ପି ଓ,ସୁପରଭାଇଜର ଙ୍କ ବାରଂବାର ତଦନ୍ତ ଗସ୍ତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ବହୁଚିଓନ୍ତିତ ସି ଡ଼ି ପି ଓ ଟୁରଡାଇରି କଥା ଦିବା ଲୋକ ରେ ଦିନ ଦିପହରେ ଲୋକଙ୍କ ଆଖିରେ ଦେଖା ଦେଉଛି, ସରକାରୀ କର୍ମଚାରୀ କେତେ ସଚେତନତା ତଳ କର୍ମଚାରୀ ଭିତିରି ଦିଆନିଆ, ଅଙ୍ଗନୱାଡି କେନ୍ଦ୍ର ରେ ଖାଦ୍ୟ ରହୁଛି ପିଲାମାନଙ୍କ ପାଇଁ ହେଲେ ଅଙ୍ଗନୱାଡି କର୍ମୀ କେନ୍ଦ୍ର ରେ ନ ରହିବା ପଛରେ କିରହସ୍ୟ ଲୁଚିରହି।ତେବେ ଶିଶୁ ଖାଦ୍ୟ, ଗର୍ଭବତୀ, ପ୍ରସୂତି ଖାଦ୍ୟ କେତେ ସୁରକ୍ଷିତ ପୂରୁଣା ଅଙ୍ଗନୱାଡି କେନ୍ଦ୍ର ୫୧ ଲୁଜୁରାମୁଣ୍ଡା,ବନ ସୁରକ୍ଷା ସମିତି ଗୃହ ରୁ ତୁରନ୍ତ ପୁରୁଣା ଅଙ୍ଗନୱାଡି କେନ୍ଦ୍ର ରେ ପିଲା ପାଠ ପଢି ଲେ ଉନ୍ନତି ହେବ। କେନ୍ଦ୍ର ଉନ୍ନତି କରଣର ପଦକ୍ଷେପ ନେବାକୁ ଉଚ୍ଚ କତ୍ତୃପକ୍ଷ ଙ୍କୁ ସାଧାରଣ ରେ ଦାବି ହେଉଛି।

ଇ ପି ଏ ରୁ ବାଲିଗୁଡା ସବଡିଭିଜନ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ସହ ପ୍ରମୋଦ କୁମାର ନାୟକ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *