July 30, 2025
Home » ଅବ୍ୟବସ୍ଥା ଘେରରେ 81ଟି ଏଲ,ଆଇ ସେଣ୍ଟର ମରାମତି ପାଇଁ ଦାବି

ଅବ୍ୟବସ୍ଥା ଘେରରେ 81ଟି ଏଲ,ଆଇ ସେଣ୍ଟର ମରାମତି ପାଇଁ ଦାବି

0
WhatsApp Image 2025-05-27 at 4.41.07 AM

କନ୍ଧମାଳ ଜିଲ୍ଲା ବଣଜଙ୍ଗଲ ଘେରା ପାନୀୟ ଜଳ ଓ ଜଳସେଚନ ର ସେତେଟା ସୁବିଧା ନାହଁ। ଗ୍ରାମାଞ୍ଚଳ ରୁ ସହରାଞ୍ଚଳରେ ଗାଇ ,ଗୋରୁ, ମଇଁଷି, ଛେଳି, ଘୁଷୁରୀ,କୁକୁଡ଼ା ପାଳନ କରିବା ସହ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କନ୍ଧମାଳ, ଫୁଲବାଣୀ ଦ୍ବାରା ପରିଚାଳିତ ଏଲ,ଆଇ ସେଣ୍ଟର ମରାମତି କରାଯାଉନାହିଁ। ଯଦ୍ୱାରା ଏଲ,ଆଇ ସେଣ୍ଟର ରେ ଟୁଇଟର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।ଆଗକୁ ବର୍ଷା ଦିନ ଆସୁଛି ଗାଇ ଗୋରୁ ମଇଁଷି ଛେଳି ଘୁଷୁରୀ କୁକୁଡ଼ା ପାଳନ କରୁଥିବା ହିତାଧିକାରୀ ମାନେ ପଶୁ,ପକ୍ଷୀ ବିଭିନ୍ନ ରୋଗର ଶିକାର ହେବେ ହେଲେ ଏଲ,ଆଇ ବାବୁ ମାନେ ନିଜ ନିଜ ଏଲ,ଆଇ ସେଣ୍ଟର ରେ ଠିକ ଭାବରେ ରହିପାରୁ ନାହାନ୍ତି। ଯଦ୍ବାରାକି ନିରିହ ଲୋକଙ୍କର ଗାଇ,ଗୋରୁ ରୋଗାକ୍ରାନ୍ତ ହେଲେ ଜଣେ ପଶୁ ଡାକ୍ତରଖାନା ର ରିଟାଡ କର୍ମଚାରୀ ଜନସାଧାରଣ ସେବା କରୁଥିବା ଦେଖିବାକୁ ମିଳୁଛି। ସମସ୍ତ ଏଲ,ଆଇ ସେଣ୍ଟର ମରାମତି ପାଇଁ ଜିଲ୍ଲାପାଳ ଙ୍କ ପାଖରେ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଦ୍ଵାରା ସମସ୍ୟାର ସମାଧାନ ପାଇଁ ଲିଖିତ ଭାବରେ ଜଣାଇ ସାରିଛନ୍ତି ହେଲେ ବର୍ତ୍ତମାନ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ । ବର୍ଷାଦିନେ ପଶୁ,ପକ୍ଷୀ ପାଳନ କରୁଥିବା ହିତାଧିକାରୀ ମାନେ ନାହଁ ନଥିବା ଅସୁବିଧା ର ସମ୍ମୁଖିନ ହେବେ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ସାଧାରଣରେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *