July 2, 2025
Home » ଅଭିଭାବକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଭିଭାବକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-02-21 at 12.55.29 PM

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସହାୟତା ରେ ଡେ କେୟାର ପ୍ରେରଣା କେନ୍ଦ୍ର ଅଭିଭାବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ, ଅନ୍ୟତମ ଅତିଥିଭାବେ ଗୋଷ୍ଟୀ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର,ଡାକ୍ତର ପ୍ରଣବ ମହାପାତ୍ର, ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା, ବି ଆର ଟି ଦିଲ୍ଲୀପ ପଧାନ, ସି ଆର ସି ସି ପ୍ରମୋଦ ବିଶ୍ୱାଳ, ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ମାନଙ୍କ ଅଭିଭାବକ ଦାୟିତ୍ୱ ତଥା ଶିଶୁ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲେ l କାର୍ଯ୍ୟକ୍ରମ ରେ ବିଶ୍ୱମ୍ବର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ l ଶେଷରେ ଅର୍ପିତାରାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁଦାମ ଗାଈଗରିଆ, ଅରୂପ ମେହେର, ସତ୍ୟ ନାରାୟଣ ବିଶି,ପରାମର୍ଶଦାତା ଅଞ୍ଜଳି ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *