July 7, 2026
Home » ଅଭିମନ୍ୟୁକୁ ହତ୍ୟା କରି ନଦୀରେ ଭଷାଇ ଦେଇ ଥିବା ପରିବାର ପକ୍ଷରୁ ଅଭିଯୋଗ

ଅଭିମନ୍ୟୁକୁ ହତ୍ୟା କରି ନଦୀରେ ଭଷାଇ ଦେଇ ଥିବା ପରିବାର ପକ୍ଷରୁ ଅଭିଯୋଗ

0
unnamed (1)
ନୟାଗଡ : ନୟାଗଡ଼ ସଦର ଥାନା ଅନ୍ତର୍ଗତ ଡାଳିଆମଡ଼ା ଗ୍ରାମର ଅଭିମନ୍ୟୁ ସାହୁ,ପରିବାର ଅଭିଯୋଗ ଅନୁଯାୟୀ ଗ୍ରାମ ପକ୍ଷରୁ ଦୀର୍ଘ ୪ରୁ ୫ବର୍ଷ ହେବ ଅଭିମନ୍ୟୁ ପରିବାରକୁ ବାସନ୍ଦ କରାଯିବା ସହିତ ଗ୍ରାମ ପକ୍ଷରୁ ନାନା ପ୍ରକାର ହଇରାଣ ହରକତ କରାଯାଉଥିଲା, ଯାହା ଶୁଣିବାକୁ ମିଳୁଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଜୀବନରେ ମାରିବାକୁ କୁଆଡେ ଧମକ ଦିଆ ଯାଇଥିଲା, ଏପଟେ ଥାନାରେ ଏତଲାକୁ ଭିତି କରି ଗତକାଲି ଗ୍ରାମର କିଛି ବ୍ୟକ୍ତି ଅଭିମନ୍ୟୁକୁ ନଦୀ ବନ୍ଧକୁ ଡାକି ତାଙ୍କୁ ମାରି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଭଷାଇ ଦେଇ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି, ଏପରି ସ୍ଥଳେ ଅଭିମନ୍ୟୁଙ୍କ ପତା ନଥିବା ବେଳେ ପରିବାର ଲୋକେ ଅତିଷ୍ଟ ହୋଇ ପଡିଛନ୍ତି, ଗ୍ରାମରେ ଉତେଜନା ଦେଖା ଦେଇ ଥିବା ବେଳେ ଖବର ତଥା ଏତଲା ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ମୃତୟନ ଅଛନ୍ତି, ଗ୍ରାମ ପୁରୁଷ ଶୂନ୍ୟ ଥିବା ବେଳେ ଘଟଣା କେଉଁ ମୋଡ଼ ନେଉଛି ଓ ପୋଲିସ କେବେ ଏହାର ପର୍ଦାଫାଶ କରୁଛି ତାହା ଦେଖିବାକୁ ବାକି ରହିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *