ପ୍ରଜ୍ଞା ହୋତା ଙ୍କ ଗୀତରେ ଖୁମିଲେ ଦର୍ଶକ
ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଅଷ୍ଟମ ବାଟାଲିୟାନ୍ ହାବିଲଦାର, ସିପାହୀ ସଂଘ ର ଦ୍ବାଦଶତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି ।ସଂଘର ସମ୍ପାଦକ ଜଗନ୍ନାଥ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ ।

ଆନୁଷ୍ଠାନିକ ସଭାରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପ୍ରାକ୍ତନ ଓଡ଼ିଶା ବିଧାନ ସଭାର ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଲ୍ ସିପାହୀ ମହାସଂଘର ଅନୀଲ କୁମାର ଷଣ୍ଢ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଅଷ୍ଟମ ବାଟାଲିୟାନ୍ ପରିସରରେ ଉନ୍ନତି ବିଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ନିମନ୍ତେ ଚିନ୍ତାପ୍ରକଟ କରିଥିଲେ । ଅଷ୍ଟମ ବାଟାଲିୟାନ୍ କ୍ୟାମ୍ପସ କୁ ଯିବା ରାସ୍ତା ଘାଟ ଅବ୍ୟବସ୍ଥା ପଡ଼ିରହିଛି । ତାହାରି ପରିସରରେ ପାନୀୟଜଳ ଯୋଗାଣ, ଆଲୋକର ବନ୍ଦୋବସ୍ତ, ସାଂଗକୁ ଏଠାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବା ନିମନ୍ତେ ଛତ୍ରପୁର ବିଧାୟକଙ୍କର ଅବଗତ କରାଇଛନ୍ତି ।

ଅଷ୍ଟମ ବାଟାଲିୟାନ୍ କର୍ମଚାରୀ ସଂଘ ପକ୍ଷରୁ କର୍ମକର୍ତ୍ତା ସମସ୍ତେ ବିବିଧ ସମସ୍ୟା ଉପରେ ଉପସ୍ଥାପନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ।ଅଷ୍ଟମ ବାଟାଲିୟାନ୍ ହାବିଲଦାର, ସିପାହୀ ସଂଘ ର ସଭାପତି ହାବିଲଦାର ଯଶୋବନ୍ତ ସ୍ବାଇଁ,, ଉପ-ସଭାପତି ବିଶ୍ଵନାଥ ସେଠୀ, ସହ-ସମ୍ପାଦକ କେ. ହେମାନନ୍ଦ ରେଡ୍ଡୀ, ଆର୍. ସତ୍ୟମ୍ ରେଡ୍ଡୀ, କୋଷାଧ୍ୟକ୍ଷ ମାରୁତ୍ କୁମାର୍ ପରିଡ଼ା, ସିଇସି ସୁଶାନ୍ତ କୁମାର୍ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।ଏହି ଅବସରରେ ଏକ ମନୋଜ୍ଞ ବାତାବରଣ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ବନ୍ଧୁମିଳନ ଉତ୍ସବ ମଧ୍ୟରେ ସମାହିତ ହୋଇଯାଇଛି ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
