October 9, 2026
Home » ଓଡ଼ିଶା ବନ୍ଦ: ପୁରୀରେ ବ୍ୟାପକ ପ୍ରଭାବ, ରେଳ ଷ୍ଟେସନ ଓ ବଡ଼ଦାଣ୍ଡରେ ପିକେଟିଂ

ଓଡ଼ିଶା ବନ୍ଦ: ପୁରୀରେ ବ୍ୟାପକ ପ୍ରଭାବ, ରେଳ ଷ୍ଟେସନ ଓ ବଡ଼ଦାଣ୍ଡରେ ପିକେଟିଂ

0
WhatsApp Image 2026-10-08 at 5.04.12 PM (1)

​ପୁରୀ:ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ସହ ଏମଏମଡିଆର (MMDR) ଆଇନକୁ ବିରୋଧ କରି  ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ପୁରୀ ସହରରେ ଦେଖିବାକୁ ମିଳିଛି। ଇଣ୍ଡି ମେଣ୍ଟ, ବାମପନ୍ଥୀ ଦଳ, କଂଗ୍ରେସ ଏବଂ ସିପିଆଇ(ଏମ) ଆଦି ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି।​ଆଜି ସକାଳୁ ଆନ୍ଦୋଳନକାରୀମାନେ ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ଏକାଠି ହୋଇ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ରେଳ ଚଳାଚଳ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରିଥିଲେ।

ଏହାସହ ସହରର ପ୍ରମୁଖ ସ୍ଥାନ ଯେପରିକି ବଡ଼ଦାଣ୍ଡ, ବସ ଷ୍ଟାଣ୍ଡ ଏବଂ ବିଭିନ୍ନ ଛକମାନଙ୍କରେ ସଂଗଠନର କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର ଚଳାଚଳ ବନ୍ଦ କରିଥିଲେ।​ଏହି ହରତାଳକୁ ସ୍ଥାନୀୟ ଅଟୋ ଚାଳକ ସଂଘ ଏବଂ ବ୍ୟବସାୟୀ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।​ଅନ୍ୟପଟେ, ସହରର ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଦଳଗୁଡ଼ିକ ଚେତାବନୀ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୋତୟନ କରାଯାଇଛି।

Leave a Reply

Your email address will not be published. Required fields are marked *