July 2, 2025
Home » ଆଦର୍ଶ ଶିଶୁ ବିଦ୍ୟାମନ୍ଦିର, ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସତ ପ୍ରତିଶତ ସଫଳତା

ଆଦର୍ଶ ଶିଶୁ ବିଦ୍ୟାମନ୍ଦିର, ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସତ ପ୍ରତିଶତ ସଫଳତା

0
WhatsApp Image 2025-05-26 at 3.12.45 PM

ଛତ୍ରପୁର: ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ପ୍ରକାଶିତ +୨ ପରୀକ୍ଷା ରେ ଛତ୍ରପୁର ସ୍ଥିତ ଆଦର୍ଶ ଶିଶୁ ବିଦ୍ୟାମନ୍ଦିର, ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ୍ ର ଛାତ୍ରଛାତ୍ରୀମାନେ ଅତି ଉଚ୍ଚ ମାନର ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କେ. ପ୍ରମୋଦ କୁମାର ପାତ୍ର ୫୧୫ , ଅନୁଜ ପାତ୍ର ୫୦୮, ଭୁବନେଶ୍ୱରୀ ନାୟକ ୪୯୩ ଏଥି ସହ ୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ରେ ପାସ୍ କରିଥିବା ବେଳେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଦ୍ବତୀୟ ଶ୍ରେଣୀ ରେ ପାସ କରିଛନ୍ତି ଏହି ଅନୁଷ୍ଠାନ ବିଗତ ୧୦ ବର୍ଷ ଧରି ଛତ୍ରପୁର ଏନ୍ଏସି ଓ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅନେକ ଗ୍ରାମ୍ୟ ଶିଶୁମାନଙ୍କୁ ଶିକ୍ଷା ଗ୍ରହଣ ବ୍ୟବସ୍ଥା ରେ ସାହାଯ୍ୟ କରି ଆସିଛି ଏବଂ ଏହି ଅନୁଷ୍ଠାନ ର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ସାଙ୍ଗକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ରେ ବର୍ତ୍ତମାନ କାର୍ଯ୍ୟରତ l ଆଜି ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଶତପଥୀ ଓ ସମ୍ପାଦକ ଶ୍ରୀଯୁକ୍ତ ଆର୍ ରଘୁନାଥ ରେଡ୍ଡୀ ଙ୍କ ସମେତ ସମସ୍ତ ଅଧ୍ୟାପକ +୨ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ , ମିଷ୍ଟାନ୍ନ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ l କୃତି ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ସଫଳତା ଓ ଆଗାମୀ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ ।

chatrapur epa ru muna behera nka report

Leave a Reply

Your email address will not be published. Required fields are marked *