April 15, 2026
Home » ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ “ଜଳ ଦାନ ଜୀବନ ଦାନ” କାର୍ଯ୍ୟକ୍ରମ l

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ “ଜଳ ଦାନ ଜୀବନ ଦାନ” କାର୍ଯ୍ୟକ୍ରମ l

0
WhatsApp Image 2026-04-14 at 11.32.09 AM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂସ୍ଥା ତରଫରୁ ଜଳ ଦାନ ଜୀବନ ଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ମୀନାରାଣୀ ମଙ୍ଗଲଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଅତିରିକ୍ତ ମୁଖ୍ୟ କମିଶନର ଘନଶ୍ୟାମ ମେହେର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜଳ ହିଁ ଜୀବନ ଓ ସମସ୍ତ ତୃଷାର୍ତ୍ତ ମାନଙ୍କୁ ପାନୀୟ ଜଳ ପାନ କରେଇବା ଏକ ମହତ୍ କାର୍ଯ୍ୟ ଅଟେ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗାଇଡ କମିଶନର ମଞ୍ଜୁଲତା ଜଗଦଲା, ଜିଲ୍ଲା ବିଜ୍ଞାନ ସଂଯୋଜକ ଅମ୍ଳାନ କୁମାର ପାଣ୍ଡିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଜଳ ବଣ୍ଟନରେ ସହଯୋଗ କରିଥିଲେ।

ମାସାଧିକ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମକୁ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସମ୍ପାଦକ ବାଲାଜୀ ବିଶ୍ୱନାଥ ସଫଳ ଭାବରେ ପରିଚାଳନା କରିଥିଲେ ।ମଙ୍ଗଳବାର ସାପ୍ତାହିକ ବଜାରକୁ ଆସୁଥିବା ଲୋକମାନଙ୍କୁ ଜିଲ୍ଲାର ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ର ଛାତ୍ରୀମାନେ ଥଣ୍ଡା ପାଣି, ଜଲଜିରା ପାଣି ଓ ଦହି ସରବତ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସଂଗଠନ କମିଶନର ଅନନ୍ତରାମ୍ ମେଣ୍ଡେଲି, ତାଲିମ କମିଶନର ସନ୍ଧ୍ୟାରାଣୀ ଖେତି, ସ୍କାଉଟ୍ ମାଷ୍ଟର୍ ଯଶୋବନ୍ତ ପଟେଲ୍,ସୁବ୍ରତ କର୍ମୀ,କାହ୍ନୁଚରଣ ପୂଜାରୀ, ମହମ୍ମଦ କଳିମ୍, ଗାଇଡ କ୍ୟାପଟେନ୍ ସ୍ମିତା ନାୟକ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଗାଇଡ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍କାଉଟ୍ କମିଶନର ଲୋକନାଥ ମେହେର,ଜିଲ୍ଲା ସ୍କାଉଟ୍ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ, ଗାଇଡ ସଂଗଠନ କମିଶନର ପଦ୍ମିନୀ ସାହୁ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବୁଦ୍ଧିଜିବୀ , ସାଧାରଣ ଜନତା ପ୍ରଶଂସା କରିଛନ୍ତି।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *