February 23, 2026
Home » ଆଦିବାସୀ କୁଡୁମି ସମାଜର ଓଡିଶା ଶାଖା ତରଫରୁ ବନ୍ଧୁମିଳନ ସହ ରାଜ୍ୟ କମିଟି ଗଠନ

ଆଦିବାସୀ କୁଡୁମି ସମାଜର ଓଡିଶା ଶାଖା ତରଫରୁ ବନ୍ଧୁମିଳନ ସହ ରାଜ୍ୟ କମିଟି ଗଠନ

0
WhatsApp Image 2025-12-28 at 7.43.15 PM

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଓଡିଶା ଆଦିବାସୀ କୁଡୁମୀ ସମାଜର ବନ୍ଧୁମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମାବେଶ ୨୦୨୫ ଅନୁଷ୍ଠିତ ହୋଇଯାଇଛି ତା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଜିତ ପ୍ରସାଦ ମାହାତୋ ଯୋଗଦେଇ କୁଡୁମି ସମାଜ ଉପରେ ଆଲୋକପାତ କରି କହିଥିଲେ କୁଡୁମୀକୁ ସବୁ କ୍ଷେତ୍ରରେ ସରକାର ଅବହେଳା କରି ଆସୁଛି ସରକାର। ସରକାରୀ କ୍ଷେତ୍ରରେ କୁଡୁମି ମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ସରକାର ସବୁବେଳେ ପଛଘୁଞ୍ଚା ଦେଇଛନ୍ତି ଆନ୍ତରିକତା ଦେଖାଉ ନାହାନ୍ତି ଫଳରେ କୁଡୁମି ଜାତି ବାରମ୍ବାର ଆନ୍ଦୋଳନ କରିଆସୁଛି। ସେପ୍ଟେମ୍ବର ମାସରେ ରେଳଟେକା ହୋଇଥିଲା ସେଥିରେ ବିଶେଷ କରି ପଶ୍ଚିମବଙ୍ଗ, ଝାରଖଣ୍ଡ, ଓଡ଼ିଶାର ବହୁ ଜିଲ୍ଲାରେ ରେଲଟେକା ଆନ୍ଦୋଳନ ହୋଇଥିଲା ବହୁ ଜାଗାରେ ରେଳରୋକ ସଫଳ ହୋଇଥିଲା। ବହୁ ଜାଗାରେ ରେଳ ରୋକ କରିବା ପାଇଁ କୁଡୁମି ଜାତିର ଲୋକମାନେ ରେଳ ଷ୍ଟେସନ ମାନଙ୍କରେ ଧାରଣା ଦେବାସହ ରେଳ ଅଟକାଇବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିଥିଲେ ବୋଲି ଆଦିବାସୀ କୁଡୁମୀ ସମାଜର ମାର୍ଗଦର୍ଶକ ଅଜିତ ମାହାତୋ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସନାତନ ମହାନ୍ତ ସଭାପତିତ୍ବ କରିଥିଲାବେଳେ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ସଂପାଦକ ଦୋଳଗୋବିନ୍ଦ ମହାନ୍ତ।


ଆଜିର ଏହି ରାମଚନ୍ଦ୍ରପୁର ଠାରେ ହେଉଥିବା ବନ୍ଧୁ ମିଳନ ଉତ୍ସବରେ କେନ୍ଦୁଝର,ସୁନ୍ଦରଗଡ଼, ଯାଜପୁର, ମୟୁରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ ସମେତ ବହୁ ଜିଲ୍ଲାରୁ ଯୋଗ ଦେଇଥିବା ବେଳେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କୁଡୁମି ଜାତିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ଅଧ୍ୟକ୍ଷ ଶଶାଙ୍କ ଶେଖର ମାହାତୋ ଯୋଗଦେଇ କହିଥିଲେ ବର୍ତ୍ତମାନ ଏକ ହୋଇ ଲଢ଼ିବା ପାଇଁ ସମୟ ଆସିଛି। ଆମକୁ ସମସ୍ତଙ୍କୁ ଏକ ହେବା ପାଇଁ ପଡିବ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ଯେତେ ପର୍ଯ୍ୟନ୍ତ ଆମକୁ ଆଦିବାସୀ ମାନ୍ୟତା ନମିଳିଛି। ଯଦି ସରକାର ଆଦିବାସୀ ମାନ୍ୟତା ପ୍ରଦାନ କରନ୍ତି ତାହା ହେଲେ ପୁଣି ଅଖ ଚକ ବନ୍ଦ କରିଦିଆଯିବ ବୋଲି କହିଛନ୍ତି।ଯୋଗ ଦେଇଥିବା ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ କେନ୍ଦ୍ରୀୟ କମିଟି ମୁଖପାତ୍ର ଶଶଧର କାଳୁଆର ମଧ୍ୟ କୁଡୁମୀ ଜାତିକୁ ଏକ ହୋଇ ଲଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ବନ୍ଧୁ ମିଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା କୁଡୁମାଲୀ ଗୀତର ତାଳେ ତାଳେ ମାନ୍ଦଳ ବାଦ୍ୟ ପରିବେଷଣ କରା ଯାଇଥିବା ବେଳେ ଝୁମର ସଙ୍ଗୀତ ପରିବେଷଣ କରିଥିଲେ ଦେବକୀ ଦିଦି ଗୀତର ତାଳେ ତାଳେ ଧୁମ୍ ଧାମରେ ନାଚଗୀତ କରି ମଜା ଉଠାଇଥିଲେ ରାମଚନ୍ଦ୍ରପୁରରେ ଏକାଠି ହୋଇଥିବା କୁଡୁମୀ ଜାତିର ସମସ୍ତ ସଦସ୍ୟ। ଅଜିତ ପ୍ରସାଦ ମାହାତୋ କୁଡୁମାଲୀ ଭାଷା ପରିଷଦ ତରଫରୁ କୁଡମାଲୀ ଲିପିରେ କୁଡମାଲୀ ବିଦ୍ୟାଳୟ ରାମଚନ୍ଦ୍ରପୁର ତେନ୍ତୁଳି ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମହାନ୍ତ ,କାଞ୍ଚନ ମହାନ୍ତ, ପଟେଲ ଚନ୍ଦ୍ର ମହାନ୍ତ,ମଦନ ମୋହନ ମହାନ୍ତ,ରଞ୍ଜନ ମହାନ୍ତ,ଭରତ ଚନ୍ଦ୍ର ମହାନ୍ତ , ବାସନ୍ତୀ ମହାନ୍ତ,ଦୌପଦୀ ମହାନ୍ତ,ଚିତ୍ତରଞ୍ଜନ ମହାନ୍ତ, ବିଷ୍ଣୁ ଚନ୍ଦ୍ର ବଂଶୀୟାର , ଜଗବନ୍ଧୁ ମହନ୍ତ, ରାମଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ , ମିତ୍ରଭାନୁ ମହାନ୍ତ, ଅର୍ଜୁନ ଚରଣ ମହାନ୍ତ,ସହ ବହୁ କୁଡୁମୀ ଜାତିର ଭାଇ ଭଉଣୀ ଏକାଠି ହୋଇଥିଲେ। ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ଅଧ୍ୟକ୍ଷ ଶଶାଙ୍କ ଶେଖର ମାହାତୋ ପୂନର୍ବାର ଓଡ଼ିଶା ପ୍ରଦେଶର ଦୋଳଗୋବିନ୍ଦ ମହାନ୍ତଙ୍କୁ ରାଜ୍ୟ ସଭାପତି ଓ ମିଲନ କୁମାର ମହାନ୍ତଙ୍କୁ ସାଧାରଣ ସମ୍ପାଦକ ଭାବେ ଘୋଷଣା କରିବା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରା ଯାଇଥିବା ଜଣାପଡିଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।