April 14, 2026
Home » ନୟାଗଡ଼ରେ ପୋଷ୍ଟାଲ ଲିଙ୍କ ଫେଲ ପାଇଁ ୭ ଦିନବ୍ୟାପି ଜିଲ୍ଲାରେ ଡାକସେବା ପ୍ରଭାବିତ , ଲୋକେ ହନ୍ତସନ୍ତ

ନୟାଗଡ଼ରେ ପୋଷ୍ଟାଲ ଲିଙ୍କ ଫେଲ ପାଇଁ ୭ ଦିନବ୍ୟାପି ଜିଲ୍ଲାରେ ଡାକସେବା ପ୍ରଭାବିତ , ଲୋକେ ହନ୍ତସନ୍ତ

0
1001034300
ନୟାଗଡ : ନୟାଗଡ ଆଜିକୁ ଦୀର୍ଘ ୭ ଦିନ ହେଲାଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଅଚଳ ହୋଇପଡିଛି l ଲିଙ୍କ ଫେଲ ବୋର୍ଡ ଲଗାଇ ପୋଷ୍ଟାଲ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବେହାଲ l କାମ ନଥିବାରୁ ମୋବାଇଲରେ ରିଲସ ଦେଖିବାରେ ବ୍ୟସ୍ତ ଅଛନ୍ତି l ଇଣ୍ଟରନେଟ ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ନଥିବା, ତଥା ସେମାନେ ତାଙ୍କର ଦାୟିତ୍ୱବୋଧ ଭୁଲିଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି l
ମୋଦି ସରକାର ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଇ ଆସୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଇଣ୍ଟରନେଟ ଫେଲ ସୁଧାର ଆଣିବl ପାଇଁ ବୈଷୟିକ ଜ୍ଞାନକୌଶଳ ଅଭିଜ୍ଞ ଯନ୍ତ୍ରୀ ନିଯୁକ୍ତ ହୋଇ ପାରୁ ନାହାଁନ୍ତି l ଲିଙ୍କଫେଲ ଜନିତ ଜିଲ୍ଲାରେ ଡାକସେବା ବାଧାପ୍ରାପ୍ତ ପାଇଁ ଗତ ୭ ଦିନ ଧରି ନା ଚିଠି ସ୍ପିଡ଼ପୋଷ୍ଟ ହୋଇ ପାରୁଛି, ଚିଠି ଆସି ପାରୁନଥିବା ବେଳେ ଜରୁରୀ ସେବାରୁ ନୟାଗଡ଼ ଜିଲ୍ଲାବାସୀ ବଞ୍ଚିତ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି l ଯଥାଶୀଘ୍ର ଜିଲ୍ଲାରେ ଡାକସେବା ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ପୋଷ୍ଟାଲ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ଦାଶ ଟୁଇଟ କରିଛନ୍ତି l ଲିଙ୍କ ଫେଲ ଅଭିନୟ କରି ବିଏସଏନଏଲ ସେବାକୁ ଜିଓ ଇଣ୍ଟରନେଟ ନେଟୱାର୍କ ପରିବର୍ତ୍ତନ ପାଇଁ ସାଙ୍ଘାତିକ ଷଡଯନ୍ତ୍ର ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ ବୋଲି ଜିଲ୍ଲା କଂଗ୍ରେସ ପ୍ରେସବାର୍ତ୍ତାରେ କହିଛି l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *