ଆମ ପରିବେଶ ଆମର ଗର୍ବ ଆଲୋଚନା ଚକ୍ର ଅନୁଷ୍ଠିତ
ପୁରୀ : ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ଅପରାହ୍ନ ରେ ଆମ ପରିବେଶ ଆମର ଗର୍ବ ନାମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀପ୍ରଦୀପ ପ୍ରଜ୍ବ୍ଵଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ନିଜର ବକ୍ତବ୍ୟରେ କହିଲେ, ପରିବେଶ ଏକ ବ୍ୟାପକ ଶବ୍ଦ ବୋଲି କହିଥିଲେ।ଜୀବ ଜଗତ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।କିନ୍ତୁ ଆଜିର ମଣିଷ ସମାଜ ପରିବେଶ କୁ ସୁସ୍ଥ ରଖିବା ପରିବର୍ତ୍ତେ ନଷ୍ଟ କରୁଛି।ଯାହା ସମଗ୍ର ଜୀବ ଜଗତ ପାଇଁ ବଡ ସମସ୍ୟା ସୃଷ୍ଟି କରୁଛି ।ଆମେ ପ୍ରତ୍ୟେକ ଏକ ସୁସ୍ଥ, ସୁନ୍ଦର ଓ ଜୀବ ଉପଯୋଗୀ ପରିବେଶ ସୃଷ୍ଟି କରିବାକୁ ଓ ସଂକଳ୍ପ ବଦ୍ଧ ହେବାକୁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେବା ସହ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନର କାର୍ଯ୍ୟାବଳୀ ର ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ମିଶ୍ର,ବରିଷ୍ଠ ଆଇନଜୀବୀ ଡ଼. ପ୍ରଧାନ ଧିରେନ ରାୟ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସାମାଜିକ ଅନୁଷ୍ଠାନ ଦି ବେଲ ର ସମ୍ପାଦକ ସିଦ୍ଧାର୍ଥ ରାୟ,ପତ୍ରକାର ପ୍ରସନ୍ନ କୁମାର ଦାସ ପ୍ରମୁଖ ଯୋଗ ଦେଇ ପରିବେଶ, ପରିବେଶ ର ସୁରକ୍ଷା ଓ ଆମ ମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ମା ବାଟ ମଙ୍ଗଳା ଓ ମା ବସ ନ୍ତେଇ ଠାକୁରାଣୀ ଙ୍କ ନିକଟରେ ଓଡିଶା ର ସାଢେ ୪କୋଟି ଓଡ଼ିଆ ଙ୍କ ସୁସ୍ଥତା ରହିବା ପାଇଁ ଏବଂ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଦ୍ବୀପ ପ୍ରଦାନ ଅନୁଷ୍ଠାନ ତରଫରୁ କରାଯାଇଥିଲା !!ଗାନ୍ଧିଜୀ ସାମାଜିକ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ସମ୍ପାଦିକା ସସ୍ମିତା ଶତପଥୀ, ସଦସ୍ୟା, କାର୍ଯ୍ୟକାରୀ ସଭାପତି ମମତା ମିଶ୍ର, କୋଷାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦେ, ନମିତା ମଞ୍ଜରୀ ଶତପଥୀ, ଗାୟତ୍ରୀ ଜେନା, ବେବିଲାଲ ମିଶ୍ର, ଝାନସୀ ମିଶ୍ର, ଆଲୋକ ଦାସ, ରାଜଲକ୍ଷ୍ମୀ ଦାସ, ସୁପ୍ରିୟା ପ୍ରଧାନ, ସଂଯୁକ୍ତା ବେହେରା ଆଦି ସହଯୋଗ କରିଥିଲେ। ଉଦଘୋଷକ ଶିବ ପ୍ରସାଦ ମିଶ୍ର ମଞ୍ଚ ସଂଚାଳନ କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମାଜିକ କର୍ମୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
