ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଅଦ୍ଯ ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ସଭାପତି ପଣ୍ଡିତ ଶ୍ବେତ କୁମାର ଘଡାଇ ଙ୍କ ସଭାପତିତ୍ବରେ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ ପ୍ରମୋଦିନୀ ହୋତା ଓ ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ତଥା ସମାଜସେବକ ନିରଞ୍ଜନ ଚନ୍ଦ୍ର ପଣ୍ଡା ଯୋଗଦେଇ ସେମାନଙ୍କ ବକ୍ତବ୍ଯରେ ସାମ୍ପ୍ରତିକ ସମୟରେ ମାତୃଭାଷାର ସ୍ଥିତି ସମ୍ପର୍କରେ ଭାବଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ ଓ ଅନୁଷ୍ଠାନର ଓଡିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ଯେଉଁ ଜାତିର ଭାଷା ଯେତେ ଉନ୍ନତ ସେ ଜାତି ସେତେ ମାର୍ଜିତ ଓ ସମୃଦ୍ଧ ତଥା ଭାଷାହିଁ ଗୋଟିଏ ଜାତିର ପରିଚୟ ବୋଲି ମତପ୍ରକାଶ କରିଥିଲେ। କବୟତ୍ରୀ ତଥା କଣ୍ଠଶିଳ୍ପୀ ସୌଦାମିନୀ ସାମନ୍ତରାୟ ଓ କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଙ୍କ ସଂଯୋଜନାରେ କବି ସର୍ବଶ୍ରୀ ରଜନୀକାନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ଦାସ, ଗୋଦାବରୀଶ କର, ଶରତ ସାହୁ, ଅଲେଖ ଚରଣ ରାଉତ, ଦିଲ୍ଲୀପ କୁମାର ନାୟକ, ଜୟଶ୍ରୀ ପଟ୍ଟନାୟକ, ପ୍ରିୟ ରଞ୍ଜନ ସାହୁ, ଦେବରାଜ ବିଶୋଇ, ପୀତାମ୍ବର ପରିଡା, ଜଗନ୍ନାଥ ନାୟକ, ତରୁଣ କୁମାର ମିଶ୍ର, ଗୋପାଳ ଚନ୍ଦ୍ର ମିଶ୍ର, ସୁରେଶ ମହାପାତ୍ର, ଦେବରାଜ ନାୟକ, ବିଶ୍ବରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ଦାଶ, ଶଶୀପ୍ରଭା ଦାସ, ଚମକ ଚାନ୍ଦିନୀ ଦାଶ, ରଞ୍ଜିତା ତ୍ରିପାଠୀ, ଇତିଶ୍ରୀ ପତି, ସୁଷମା ଲେଙ୍କା, ଉଷାରାଣୀ ଆଚାର୍ଯ୍ୟ, ସୁଷମା ଦାଶ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ,ରୀତା ମିଶ୍ର, ଭାରତୀ ଭୂଷଣ ପଟ୍ଟନାୟକ, ସୁଭାଷ ଚନ୍ଦ୍ର ମହାପାତ୍ର, ପ୍ରତିମା ମହାପାତ୍ର, ପୀତାମ୍ବର ଭୋଇ, ଇଂ ଲଡୁକିଶୋର ପଢିଆରୀ, ସବିତା ଶତପଥୀ, ବିରଞ୍ଚି ନାରାୟଣ ଶତପଥୀ ଓ ବିଶ୍ୱନାଥ ଶତପଥୀ ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ। ଉପ ସଭାପତି ନିଖିଳ କୁମାର ବଲବନ୍ତରାୟ ଆସର ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶେଷରେ ବରିଷ୍ଠ କବି ତଥା ପ୍ରାକ୍ତନ ପ୍ରଶାସକ ସୁଭାଷ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଛନ୍ତି।