ଆଶିୀର୍ବାଦ ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ
ନୟାଗଡ଼ ( ଇପିଏ ) ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀଙ୍କ ପାଖରେ ଦୀପ ପ୍ରଜ୍ଜ୍ଵଳନ ଓ ମନ୍ଦିର ବେଢ଼ା ବାହାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ ବିଜେପି ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଡେପୁଟି କଲେକ୍ଟର ତପତି ରାଜ, ରଞ୍ଜନ ରଶ୍ମୀ ଜେନା ପ୍ରମୁଖ ମଞ୍ଚାସିନ ଥିଲେ ।


ଜିଲ୍ଲାପାଳ ଶ୍ରୀମତୀ ରଥ ବକ୍ତବ୍ୟରେ କହିଥିଲେ, ସୁଭଦ୍ରା ଯୋଜନାକୁ ଆଜକୁ ଦୁଇ ବର୍ଷ ପୁରିବା, ପ୍ରଧାନମନ୍ତ୍ରୀ ମୋଦୀଜିଙ୍କ ଜନ୍ମ ଦିନକୁ ଦୀପ ପ୍ରଜ୍ବଳନ କରି ଦୀର୍ଘ ଜୀବନ କାମନା ସହ, ଜନସାଧାରଣ ଏକତା ସୂତ୍ରରେ ବାନ୍ଧିହୋଇ, ଦେଶକୁ ଆଗକୁ ବଢ଼ିବାରେ, ସରକାରଙ୍କୁ ସହଯୋଗ କରିବା ପାଇଁ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ସହ ସେବା ସଂକଳ୍ପ ଅଭିଯାନ ୨୦୨୬ ପାଳନ ଆଜିଠାରୁ ଆରମ୍ଭ ହେଲା କହିଥିଲେ । ଏହି କାର୍ଯ୍ୟକ୍ରମ ସାରା ଭାରତରେ ପାଳନ କରାଯାଉଛି । ଜିଲ୍ଲା ପ୍ରଶାସନ, ମିଶନ ଶକ୍ତି ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳାମାନେ, ସୁଭଦ୍ରା ଯୋଜନାର ପଞ୍ଜୀକୃତ ହିତାଧିକାରୀ, ଲକ୍ଷପତି ଦିଦି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ମିଶନ ଶକ୍ତିର ମହିଳା, ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣମାନଙ୍କ ଅଂଶଗ୍ରହଣରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।
ଏହି ଅବସରରେ ଜିଲ୍ଲାର ମୋଟ ୧୯୪ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୩ ଲକ୍ଷ ମାଟି ଦୀପ ପ୍ରଜ୍ୱଳନ କରାଯାଇଥିବା ସୂଚନା ମିଳିଥିଲା । ମା’ ଦକ୍ଷିଣକାଳୀ ମନ୍ଦିର ବେଢ଼ା ବାହାରେ ସାମୂହିକ ଦୀପ ପ୍ରଜ୍ଜ୍ୱଳନ ସହ ସମସ୍ତେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନର ଶୁଭ ମନାସି ଥିଲେ l

ଦୁଃଖର ବିଷୟ ଗଣମାଧ୍ୟମକୁ ସନ୍ଧ୍ୟା ଘ ୬.୩୦ ମିନିଟ ସମୟରେ, କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସୂଚନା ଦିଆ ଯାଇଥିବା ବେଳେ, ଜିଲ୍ଲାପାଳ ଓ ଅତିଥିମାନେ ନିର୍ଦ୍ଧାରିତ ସମୟରେ ଆସି ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଲା ବେଳକୁ, କାର୍ଯ୍ୟକ୍ରମ ବୁଝିଥିବା ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାଆ ଦକ୍ଷିଣକାଳୀ ମନ୍ଦିରରେ ଦୀପ ପ୍ରଜ୍ବଳନ ନିର୍ଦ୍ଧାରିତ ସମୟ ପୂର୍ବରୁ କରିସାରିଥିଲେ । ଯାହାକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜଳଙ୍କ ଏପରି କାର୍ଯ୍ୟକୁ ସରକାରୀ ସ୍ତରରେ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଜାତ ହୋଇଥିଲା । ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ତାଙ୍କ ଅଧିକାରୀମାନଙ୍କୁ ନେଇ ପହଞ୍ଚି, ଚାଲ ଦୀପ ଲଗାଇବାକୁ କାର୍ଯ୍ୟକ୍ରମ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ କହୁଥିବା ବେଳେ, ଉକ୍ତ ଅଧିକାରୀ କହିଥିଲେ ମାଆଙ୍କ ପାଖରେ ଦୀପ ଲଗା ସରିଲାଣି । ଏହିକଥା ଶୁଣି ଉପସ୍ଥିତ ଅଧିକାରୀଗଣ ଓ ଜନସାଧାରଣ ଅସନ୍ତୋଷ ପ୍ରକଟ କରିଥିଲେ । ପର ମୁହୂର୍ତ୍ତରେ ଜିଲ୍ଲାପାଳ ନିଜେ ମାଆ ଦକ୍ଷିଣକାଳୀଙ୍କୁ ଦର୍ଶନ ଓ ଦୀପ ପ୍ରଜ୍ବଳନ କରି ଆସି, ମନ୍ଦିର ବେଢ଼ା ବାହାରେ ସଭା ମଞ୍ଚ ସାମନାରେ ଦୀପି ପ୍ରଜ୍ଜ୍ଵଳନରେ ଅତିଥି ମାନଙ୍କ ସହିତ ମିଶି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରକଳ୍ପ ସଂଯୋଜୋକଙ୍କ ଏପରି କାର୍ଯ୍ୟକ୍ରମକୁ ନୟାଗଡରେ ସବୁ ସ୍ତରରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
