November 28, 2025
Home » ଆସନ୍ତା ୧୭ରୁ ସର୍ବଭାରତୀୟ ଫୁଟବଲ ଚାମ୍ପିଅନସିପ୍, ଗାନ୍ଧୀ ଷ୍ଟାଡିୟମରେ ଜମିବ ଫୁଟବଲ ମହାକୁମ୍ଭ

ଆସନ୍ତା ୧୭ରୁ ସର୍ବଭାରତୀୟ ଫୁଟବଲ ଚାମ୍ପିଅନସିପ୍, ଗାନ୍ଧୀ ଷ୍ଟାଡିୟମରେ ଜମିବ ଫୁଟବଲ ମହାକୁମ୍ଭ

0
WhatsApp Image 2025-02-13 at 1.10.04 PM

ସୁବର୍ଣ୍ଣପୁର — ଆସନ୍ତା ୧୭ ତାରିଖରୁ ୨୩ ତାରିଖ ଯାଏଁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଫୁଟବଲ ମହାକୁମ୍ଭ ଆୟୋଜିତ ହେବ । ସୋନପୁର ରାମଧୂନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ସର୍ବ ଭାରତୀୟ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ଦେଶର ୮ଟି ବଛା ବଛା ଦଳ ଯୋଗଦେବେ । ଏନେଇ ଗାନ୍ଧୀ ଷ୍ଟାଡିୟମ କାର୍ଯ୍ୟାଳୟରେ ରାମଧୂନ କ୍ଲବର ସମ୍ପାଦକ ପୀୟୂଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକାର୍ଷଣୀୟ କରା‌ଯିବ ବୋଲି ସୂଚନା ଦିଆଯାଇଛି । ଫେବୃଆରୀ ମାସର ୧୭ରୁ ୨୩ ତାରିଖ ମଧ୍ଯରେ ଗାନ୍ଧୀ ଷ୍ଟାଡ଼ିୟମରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସର୍ବମୋଟ ୧୨ ଲକ୍ଷ ଟଙ୍କା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖର୍ଚ୍ଚ ହେବ । କଟକ, ବରଗଡ, ଭୁବନେଶ୍ବର, ବିହାର, ଝାଡଖଣ୍ଡ, ରାଉରକେଲା ଏବଂ ଆୟୋଜକ ରାମଧୂନ କ୍ଳବ ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ । ବିଜେତା ଦଳକୁ ୫୦ ହଜାର ଏବଂ ରନର୍ସ ଅପ ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ବିକାଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଇରୁ ସ୍ବାଇଁ, ପୁରୁଷୋତ୍ତମ ପାଣିଗ୍ରାହୀ, ନରସିଂହ ରାଓ, ଭୁକୁଲୁ ବକ୍ସି, ବି. ସତ୍ୟନାରାୟଣ ରାଓ, ନନ୍ଦ କିଶୋର ତ୍ରିପାଠୀ, ସୋମନାଥ ସାହୁ, ମନୋରଂଜନ ତ୍ରିପାଠୀ, ରାଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *