August 21, 2026
Home » ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ

ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ

0
WhatsApp Image 2026-05-19 at 11.57.22 AM

ଭବାନୀପାଟଣା R&B ଡିଭିଜନର AEE (ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର) ତଥା ଧର୍ମଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ତାଙ୍କ ଜ୍ଞାତ ଆୟର ଉତ୍ସଠାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ କରିଥିବା ଅଭିଯୋଗରେ, ଭବାନୀପାଟଣା ମାନ୍ୟବର ସ୍ପେଶାଲ ଜଜ୍ (ଭିଜିଲାନ୍ସ)ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଗୃହ ସର୍ଚ୍ଚ/ଚଢ଼ାଉ କରାଯାଉଛି।

ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ସାମିଲ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ଥିବା ତାଙ୍କର,ଭବାନୀପାଟଣା ସହର ଗୋସାଣୀମୁଣ୍ଡା ସ୍ଥିତ ଶ୍ରୀ ଶବରଙ୍କ ଦୁଇ ମହଲା କୋଠା ଘର,କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ତାଙ୍କ ପୈତୃକ ଗ୍ରାମ କୁସୁମଖୁଣ୍ଟିରେ ଥିବା ଦୁଇ ମହଲା କୋଠା ଘର,ଭବାନୀପାଟଣା ସହର ନିକଟ କିଟ୍‌ପଦର ଠାରେ ଥିବା ତାଙ୍କର ଫାର୍ମ ହାଉସ୍, ଭବାନୀପାଟଣା ସହର ନିକଟ ଦୁଆରଶୁଣି ଠାରେ ଥିବା ତାଙ୍କର ଅନ୍ୟ ଏକ (ନିର୍ମାଣାଧୀନ) କୋଠା ଘର, ଭବାନୀପାଟଣା ଓ ଧର୍ମଗଡ଼ ସ୍ଥିତ ତାଙ୍କ କାର୍ଯ୍ୟାଳୟ,ଭବାନୀପାଟଣା PWD କଲୋନୀ ସ୍ଥିତ ତାଙ୍କର ସରକାରୀ ବାସଭବନରେ ଚଢାଉ ଜାରି ରହିଛି।ସୁଚନା ଯୋଗ୍ୟ ଯେ,ଭୁବନେଶ୍ବର ଶବର ବର୍ତ୍ତମାନ ଧର୍ମଗଡ଼ ବ୍ୟତୀତ ପୂର୍ତ୍ତ ବିଭାଗର ଭବାନୀପାଟଣା ଡ଼ିଭିଜନ ର ଅତିରିକ୍ତ ଦାୟୀତ୍ୱରେ ମଧ୍ୟ ଅଛନ୍ତି।ପୂର୍ତ୍ତ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର ଙ୍କ ପ୍ରକୃତ ପୋଷ୍ଟିଂ ଧର୍ମଗଡ଼ ହୋଇଥଲେ ହେଁ ସେ ଜିଲ୍ଳାର ବିଭିନ୍ନ ଡିଭିଜନ ର ଅତିରିକ୍ତ ଦାୟିତ୍ୱ ରେ ଅଛନ୍ତି।ଜଣେ ଅଫିସର ଗୋଟାଏ ସ୍ଥାନରେ ୪ବର୍ଷ ରହି ପାରିବ ବୋଲି ସରକାରୀ ନିୟମ ଥିଲେ ହେଁ ଏହି ସରକାରୀ ବାବୁ ଜଣକ ୧୦ ବର୍ଷ ହେଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ରେ କିପରି ଗାଦୀ ମାଡ଼ି ବସିଥିଲେ ତାହା ତଦନ୍ତ ସାପେକ୍ଷ।ସେ ଧର୍ମଗଡ଼ ପୂର୍ତ୍ତ ବିଭାଗ ରେ ୨୦୧୬ ମସିହା ମେ ମାସରେ ସେ ଧର୍ମଗଡ଼ ରେ ଅବସ୍ଥାପିତ ହୋଇଥଲେ।ବିଜୁ ଏକ୍ସପ୍ରେସ ୱେ ର ଜମି ଅଧିଗ୍ରହଣ ଓ ନିର୍ମାଣ ରେ କିଛି ପ୍ରଭାବ ଶାଳୀ ଠିକାଦାର ଙ୍କ ଜରିଆରେ ସେ କୋଟି କୋଟି ଟଙ୍କାର ଅନିୟମିତତା କରିଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା।ତେବେ ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed