October 25, 2026
Home » ଇଣ୍ଡିଆନ୍ଅଏଲ୍ ପାରଦୀପ ରିଫାଇନରୀରେ ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍

ଇଣ୍ଡିଆନ୍ଅଏଲ୍ ପାରଦୀପ ରିଫାଇନରୀରେ ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍

0
WhatsApp Image 2026-10-25 at 1.11.35 PM

ପାରାଦୀପ, : ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀ ରେ ଏକ ମକ୍ ଡ୍ରିଲ୍ (ଅନ୍ ସାଇଟ୍ ଡିଜାଷ୍ଟର୍ ଡ୍ରିଲ୍) ଆୟୋଜନ କରାଯାଇଥିଲା। ଯେଉଁଥିରେ ରିଫାଇନରୀ ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିଥିଲା। ପାରାଦୀପ ରିଫାଇନରୀର ଅନୁମୋଦିତ ଇମରର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜରମେଣ୍ଟ୍ ପ୍ଲାନ୍ ଅନୁଯାୟୀ ଏହି ଡ୍ରିଲ୍ କାର୍ଯ୍ୟକାରୀ କରାଯାଇଥିଲା । ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।

ପାରାଦୀପ ରିଫାଇନରୀର ଡିସିୟୁ ଫ୍ରାକ୍ସନେଟର ରିଫ୍ଲକ୍ସ ପମ୍ପରୁ ସିଲ୍ ଲିକ୍ ହୋଇ ଯଦି ନିଆଁ ଲାଗେ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରାଯିବ ସେହି ବିଷୟବସ୍ତୁ ଉପରେ ମକଡ୍ରିଲ୍ ଟି ଆଧାରିତ ଥିଲା । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ଵିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ରିଫାଇନରୀ ପ୍ରମୁଖ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *