July 15, 2026
Home » ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

0
WhatsApp Image 2026-07-15 at 3.29.43 PM

 

ଭୁବନେଶ୍ବର:- ସ୍ଥାନୀୟ ପୋଖରୀପୁଟ ସ୍ଥିତ ବିରଜା ଭୂମି କାର୍ଯ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ବିରଜା ଭୂମି ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ଯକ୍ରମରେ କବି ମାନଗୋବିନ୍ଦ ବାରିକ୍ ଉତ୍କଳମଣିଙ୍କ ଜୀବନ ଦର୍ଶନ ଉପରେ ପ୍ରାରମ୍ଭିକ ସୂଚନା ଦେବା ସହିତ ସ୍ବରଚିତ କବିତା ପାଠ କରିଥିଲେ l ସମ୍ପାଦକ ଶ୍ରୀ ସାମଲ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ,ଦରିଦ୍ର ସେବା ତଥା ସାରସ୍ୱତ ସାଧନା ପାଇଁ ଜନମାନସରେ ଚିରଦିନ ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସାମ୍ବାଦିକ ଅଜୟ କୁମାର ଦାସ, ଅଧ୍ୟାପକ ଅନନ୍ତ କିଶୋର ରାଉତ,ଆଶୁତୋଷ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ସୁରେଶ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *