August 15, 2026
Home » ଉତ୍କଳ ବାଳାଶ୍ରମରେ ପୋକ ମିଶା ଖାଦ୍ୟ ଘଟଣା : ରୋଷେୟାଙ୍କୁ କାର୍ଯ୍ୟ ରୁ ବହିଷ୍କାର କଲେ ଜିଲ୍ଲାପାଳ

ଉତ୍କଳ ବାଳାଶ୍ରମରେ ପୋକ ମିଶା ଖାଦ୍ୟ ଘଟଣା : ରୋଷେୟାଙ୍କୁ କାର୍ଯ୍ୟ ରୁ ବହିଷ୍କାର କଲେ ଜିଲ୍ଲାପାଳ

0
WhatsApp Image 2026-08-14 at 11.36.42 AM

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଉତ୍କଳ ବାଳାଶ୍ରମ ଘଟଣାରେ କଡ଼ା ଆଭିମୁଖ୍ୟ ପୋଷଣ ବା ଏକ୍ସନ ଗ୍ରହଣ କରିପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ପରେ ତାହା ସତ ସାବ୍ୟସ୍ତ ହୋଇଛି। ଉତ୍କଳ ବାଳାଶ୍ରମର ରୋଷେୟା ଆନନ୍ଦିନି ପାଣିଗ୍ରାହୀଙ୍କୁ କାର୍ଯ୍ୟରେ ଅବହେଳା କାରଣରୁ ଅନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲୀନା ବାବୁ ଉତ୍କଳ ବାଳାଶ୍ରମ ଅଚାନକ ପରିଦର୍ଶନ କରିଥିଲେ। ଅନ୍ତେବାସୀ ପୋକ ମିଶା ଖାଦ୍ୟ ଖାଉଥିବା ଦୃଷ୍ଟିକୁ ଆସିଥିଲା। ପରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲୀନା ବାବୁ ପରିଦର୍ଶନ କରିବା ଦିନ କେବଳ ପୋକରା ଖାଦ୍ୟ ଅନ୍ତେବାସୀ ଖାଉଥିଲେ? ନା ଆଗରୁ ଖାଇ ଆସୁଥିଲେ? ଆଗରୁ କଣ ଅନ୍ତେବାସୀ ଏକଥା କାହାକୁ ଜଣାଇ ନାହାନ୍ତି? ନା ଦାୟିତ୍ୱରେ ଥିବା ଅଧିକାରୀ ମାନେ ଜାଣି ପାରି ନାହାନ୍ତି? ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀ ମାନେ ଏତେଦିନ କଣ କରୁଥିଲେ? କି ପ୍ରକାର ଦାୟିତ୍ୱ ତୁଲାଉ ଥିଲେ? ପୋକରା ଖାଦ୍ୟ ଯୋଗୁଁ ଯଦି କିଛି ବଡ ଧରଣର ଦୁର୍ଘଟଣା ଘଟିଥାନ୍ତା ତା’ହେଲେ କେଉଁ ମାନେ ତାହା ଭରଣା କରିଥାନ୍ତେ? ଏଥିରେ ସମ୍ପୁକ୍ତ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଉପରେ କଣ ପୂର୍ବରୁ ସଙ୍ଗିନ ଅଭିଯୋଗ ହୋଇନାହିଁ? ତାହେଲେ ଏଭଳି କଳଙ୍କିତ ଅଧିକାରୀଙ୍କ ଉପରେ କେଉଁ ଅଜଣା କାରଣରୁ ଆଖି ମୁଜି ଦିଆଯାଇଛି? କଣ ଏଇ ନିକଟରେ ଦାୟିତ୍ୱରେ ଅବହେଳା କାରଣରୁ ଜଣେ ଭିନ୍ନକ୍ଷମ ଶିଶୁର ଜୀବନ ଯାଇନାହିଁ? ଏ ସମସ୍ତ ଉତ୍ତର ଜଣେ ସମ୍ବେଦନଶୀଳ ଏବଂ ଦରଦୀ ମଣିଷ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଠାରୁ ସାଧାରଣ ଜନତା ଜାଣିବାକୁ ଚାହୁଁଛନ୍ତି। ଖାଲି ରୋଷେୟା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ନିରବ ରହିଲେ ଏହାର ସମାଧାନ ହେବ ନାହିଁ l ଏଥିପାଇଁ କେବଳ ରୋଷେୟା ଏକା ଦାୟୀ ନା ଅନ୍ୟ ଅଧିକାରୀ ଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ ହେବା ଆବଶ୍ୟକ l ଏହି ଘଟଣା ପାଇଁ କେବଳ ତଳିଆ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ଚୁପ ରହିଲେ ହେବ ନାହିଁ l ଏଥିରେ କିଏ କିଏ ସମ୍ପୃକ୍ତ ତାହା ତଦନ୍ତ ହେବା ଆବଶ୍ୟକ l ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ମାନେ କିପରି ଜୀବନଯାପନ କରୁଛନ୍ତି ତାହା ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନ କୁ ଆସିପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *