November 23, 2026
Home » ଉତ୍କଳ ବାଳାଶ୍ରମ ରେ ଉଚ୍ଚଶିକ୍ଷା ସଚିବ

ଉତ୍କଳ ବାଳାଶ୍ରମ ରେ ଉଚ୍ଚଶିକ୍ଷା ସଚିବ

0
WhatsApp Image 2026-11-21 at 4.43.55 PM

 

ବାତ୍ୟା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେଇ ପୁରୀ ଆସିଥିବା ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ପୁରୀ ମହାନଗର ନିଗମ କମିଶନର ପ୍ରହଲ୍ଲାଦ ଶର୍ମା ମଧ୍ୟ ସାମିଲ ହୋଇଥିଲେ। ଦୁଇ ଦିନ ଅସ୍ତରଙ୍ଗ ଓ ଗୋପ ଆଦି ଜାଗା ବୁଲି ବାତ୍ୟା ପ୍ରଭାବିତଙ୍କ ସ୍ଥିତି ଅନୁଧ୍ୟାନ କରିବାପରେ ଆଜି ଅପରାହ୍ନରେ ସେ ବାଳାଶ୍ରମରେ ପହଂଚିଥିଲେ। ସେ ଏଠାରେ ଜିଲ୍ଲାପାଳ ଥିବା ବେଳେ ତାଙ୍କ ତତ୍ତ୍ୱାବଧାନରେ ହୋଇଥିବା ବିଭିନ୍ନ ଭିତ୍ତିଭୂମି ଯାଞ୍ଚ କରିବା ସହିତ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୂର୍ବରୁ ଅନ୍ତେବାସୀ ମାନଙ୍କୁ ସେ ତାଜମହଲ ଦେଖିବାର ସୁଯୋଗ ଦେଇଥିଲେ। ଏଥର ମଧ୍ୟ ଅନ୍ତେବାସୀମାନେ ଦିଲ୍ଲୀ ଯିବାପାଇଁ ଗୁହାରି କରିଥିଲେ। ଏଥର ଭଲ ପାଠ ପଢି ୫ ପ୍ରତିଶତ ଅଧିକା ମାର୍କ ରଖିଲେ ବୁଲିବା ସୁଯୋଗ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ।.

Leave a Reply

Your email address will not be published. Required fields are marked *