ଉତ୍ସବ ମୁଖର ସିରିୟସ୍ ଜୋନ୍ ନାଟକ ମହୋତ୍ସବ ଉଦଯାପିତ

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 2788; AI_Scene: (-1, -1); aec_lux: 250.10928; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 35;
ନୟାଗଡ଼: ( ଇପିଏ)ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ୪ଦିନ ବ୍ୟାପୀ ନାଟକ ମହୋତ୍ସବର କାଲି ଥିଲା ଅନ୍ତିମ ସଂଧ୍ୟା। ନାଟକ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଅନୁଷ୍ଠାନର ସଭାପତି କିସାନ୍ ଦାସ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଫିଲ୍ମ ସେନସର ବୋର୍ଡ଼ର ଅବସରପ୍ରାପ୍ତ ଆଞ୍ଚଳିକ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର, ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ସରୋଜ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ନାଟକର ଶୁଭାରମ୍ଭ କରିଥିଲେ।
hw-remosaic: false;
touch: (-1.0, -1.0);
modeInfo: ;
sceneMode: 8;
cct_value: 2804;
AI_Scene: (-1, -1);
aec_lux: 320.71838;
aec_lux_index: 0;
hist255: 0.0;
hist252~255: 0.0;
hist0~15: 0.0;
albedo: ;
confidence: ;
motionLevel: 0;
weatherinfo: null;
temperature: 33;
ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଉଦଯାପନୀ ସଭାରେ କବି ଗୋପୀନାଥ ସେଠୀ ସୁନ୍ଦର ସଂଯୋଜନା କରିଥିଲେ । ଅନ୍ତିମ ସଂଧ୍ୟାରେ ବାଗଦେବି ଲିଟେରଚର ଟ୍ରଷ୍ଟ ଭୁବନେଶ୍ଵରର ନାଟକ “ଚିତ୍ର ପ୍ରତିମା” ମଞ୍ଚସ୍ଥ ହୋଇଥିଲା । ଏହି ନାଟକ ମଣିଷମାନଙ୍କ ପ୍ରକୃତ ରୂପକୁ ଦେଖାଇବାରେ ଖୁବ୍ ସମର୍ଥ ଥିଲା।କଥାକାର ଗୌରହରି ଦାସଙ୍କ ଲିଖିତ ଏହି ନାଟକକୁ ନିଦ୍ଦେର୍ଶନା ଦେଇଥିଲେ ନିର୍ଦ୍ଦେଶକ ପବିତ୍ର ମହନ୍ତି। ବିଭିନ୍ନ ଚରିତ୍ରରେ ମମତା ତ୍ରିପାଠୀ, ପବିତ୍ର ମହାନ୍ତି, ସରିତା ପ୍ରଧାନ ଓ ରାକେଶ ମହାନ୍ତିଙ୍କ ଅଭିନୟ ଦର୍ଶକଙ୍କୁ ଏପରି ମନ୍ତ୍ରମୁଗ୍ଧ କରିଦେଇଥିଲାଯେ ନାଟକ ଶେଷ ହେଲାଣି ଅଥଚ ଦର୍ଶକ ଆସନରୁ ଉଠିନଥିଲେ ।ସିରିୟସ୍ ଜୋନ୍ ର ଏହି ନାଟକ ମହୋତ୍ସବ ପ୍ରୟାସକୁ ନାଟ୍ଯ ପ୍ରେମୀମାନେ ଖୁବ୍ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଚାରି ଦିନବ୍ୟାପୀ ଚାଲିଥିବା ନାଟକ ମହୋତ୍ସବରେ ଦର୍ଶକ ଭରପୁର ମଜା ନେଇଥିଲେ । ଚାରି ଦିନଧରି ଚାଲିଥିବା ସିରୀୟସ ଜୋନ୍ ନାଟକ ମହୋତ୍ସବ ସଫଳ ହେବାରେ ଅନୁଷ୍ଠାନର ସଭାପତି କିସାନ ଦାସ, ସମ୍ପାଦକ ଯାମିନୀକାନ୍ତ ମିଶ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ସାମନ୍ତରାୟ,ସୁଦର୍ଶନ ସାହୁ,ରଘୁନାଥ ସାହୁ,ଗୋକୁଳ କୁମାର ଷଡ଼ଙ୍ଗୀ,କାମାକ୍ଷା ପ୍ରସାଦ ଦାଶ,ଗତିକୃଷ୍ଣ ,ଶିବାନୀ,ରିନି, କମଳ ଲୋଚନ ଦାସ ,ଆଲୋକ,କୈଳାସ ଚନ୍ଦ୍ର ଓଝା,ପ୍ରଫୁଲ୍ଲ କୁମାର ନାୟକ,ରାମକୃଷ୍ଣ ନାୟକ, ସମସ୍ତ୍ ସଭ୍ୟବୃନ୍ଦ, ନାଟ୍ୟପ୍ରେମୀ ଓ ଶୁଭେଚ୍ଛୁମାନଙ୍କ ଅବଦାନ ଅବିସ୍ମରଣୀୟ ।