ଉଦ୍ୟୋଗପତିଙ୍କୁ ଧମକ, ପୋଲିସରେ ଅଭିଯୋଗ
ଟିଟିଲାଗଡ ଅଞ୍ଚଳର ଉଦ୍ୟୋଗପତି ସନ୍ତୋଷ କୁମାର କେଜିରୱାଲଙ୍କୁ ଧମକ ଦିଆଯାଇଛି। ଏ ନେଇ ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ୧୧ ଟାରେ ଆକ୍ସିସ୍ବ୍ୟାଙ୍କ ଛକ ନିକଟରେ ଯାଉଥିବାବେଳେ ଗଣେଷ ବିଗ୍ରହ ବିସର୍ଜନ ପାଇଁ ଭିଡ ହୋଇଥିଲା।


ସେଠାରେ ଋଣ ପୃଷ୍ଟି ନାମକ ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସେ ନିଜକୁ ଅସୁରକ୍ଷିତ ଅନୁଭବ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଏନେଇ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।
titilagarh ru santosh kejerwal nak report
