July 1, 2025
Home » ଉର୍ଣ୍ଣତ୍ତ ଚାଷ କାର୍ଯ୍ୟ ପାଇଁ ସଚେତନତା ଶିବିର

ଉର୍ଣ୍ଣତ୍ତ ଚାଷ କାର୍ଯ୍ୟ ପାଇଁ ସଚେତନତା ଶିବିର

0
WhatsApp Image 2025-06-08 at 1.15.21 PM

ଯାଜପୁର: କୋରାଇ ବ୍ଲକ ବରୁଣାଇ ଗ୍ରାମ ପଞ୍ଚାୟତ ବୈତରଣୀ ବଜାର କଲ୍ୟାଣ ମଣ୍ଡପରେ ଚାଷୀ ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ସରକାର ଦ୍ବାରା ଉର୍ଣ୍ଣତ୍ତ ପ୍ରଣାଳୀ ଚାଷ କାର୍ଯ୍ୟ ପାଇଁ ଚାଷ ଯୋଜନା ପ୍ରୋତ୍ସାହନ ଜ୍ଞାନ କୈାଶଳ ସଂମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ କୋରାଇ ବ୍ଲକ କୃଷି ଅଧିକାରୀଣି ସବିତା ବେହେରାଙ୍କ ନେତୃତ୍ବରେ ସରକାର ଦ୍ବାରା ଉର୍ଣ୍ଣତ୍ତ ପ୍ରଣାଳୀ ଚାଷ କାର୍ଯ୍ୟ ପାଇଁ ଚାଷ , ଉଦ୍ଭିଦ,ବିହନ,ସାର ଓ ବିହନ ପ୍ରୟୋଗ ସଂପର୍କରେ ଆଲୋକ ପାତ କରାଯାଇଥିଲା, ଏହି କର୍ମଶାଳାରେ କେନ୍ଦ୍ରୀୟ କୃଷି ବିଭାଗ ଗବେଷଣା ସଂସ୍ଥାର ବୈଜ୍ଞାନିକ ବିଶ୍ବନାଥ ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଲଳିତ କୁମାର ମହାନ୍ତି , ବୈଜ୍ଞାନିକ ସୁବ୍ରତ କୁମାର ପାଣିଗ୍ରାହୀ ଓ ବରୁଣେଇ ଗ୍ରାମପଞ୍ଚାୟତର ସରପଞ୍ଚ ଲିପ୍ସା ପରିଡ଼ା ଯୋଗଦାନ କରି ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ସଂପର୍କରେ ଆଲୋଚନା କରି ଚାଷୀ ମାନଙ୍କୁ ଅବଗତ କରାଇବା ଦେଖିବାକୁ ମିଳିଛି।

jajpur epa ru biranchi narayan patri nka report

Leave a Reply

Your email address will not be published. Required fields are marked *