ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବିଡ଼ିଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
ପୋଲସରା:ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଶନିବାର ବିଡ଼ିଓ ଶଶିଭୂଷଣ ମହାପାତ୍ର ଓ ତହସିଲଦାର ଦିପ୍ତୀରାଣୀ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ପୋଲସରା ଅଞ୍ଚଳ ରେ ଚାଷ କାର୍ଯ୍ୟ ଆରମ୍ଭ ହେବା ସହ କିଛି ସ୍ଥାନରେ ଶେଷ ପର୍ଯ୍ୟାୟ ରେ ପହଂଚିଲାଣି। ଚାଷୀଙ୍କ ଲାଗି ସାର ସମସ୍ୟା ଦେଖାଦେଇଛି। ଯଦିବା ସାର ମିଳୁଛି ସାର ଦୋକାନୀ ବା ପ୍ରାଇଭେଟ ଡିଲର ମାନେ ଚଢା ଡରରେ ବିକ୍ରି କରୁଛନ୍ତି। ପ୍ରକାଶ ଥାଉକି ୟୁରିଆ ସାର ସରକାରୀ ସ୍ତରରେ ୪୫ କିଗ୍ରା ପ୍ରତି ଦର ଟ.୨୬୬. ୫୦ ପ ରହିଥିବା ବେଳେ ବାହାର ବଜାରରେ ୬୫୦ ରୁ ୭୦୦ ଟଙ୍କା ରେ ବିକ୍ରି କରାଯାଉଛି। ଚାଷୀ ମୁଣ୍ଡରେ ହାତଦେଇ ବସୁଛି। ସାର ସେବା ସମବାୟ ସମିତି ଯୋଗାଇବା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି ତଥାପି ଏପର୍ଯ୍ୟନ୍ତ ୟୁରିଆ ସାର ସୋସାଇଟି ରେ ମିଳିନାହିଁ। ଚାଷୀ ବାଧ୍ୟ୍ୟ ହୋଇ ବାହାର ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ୍ୟ ହେଉଛି।

ସାରର କଳାବଜାରୀ ରୋକିବା ସହ ଚାଷୀଙ୍କୁ ସାରର ସୁଷମ ବଣ୍ଟନ ଲାଗି ଶନିବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସୋସାଇଟି ରେ ସମସ୍ତ ଚାଷୀଙ୍କୁ ସାର ଦେବାପାଇଁ ଦାବିପତ୍ର ରେ ମଧ୍ୟ ଉଲ୍ଲେଖ ରହିଛି।ସାର ସରକାରଙ୍କ ନିୟମ ପ୍ରକାରେ ବଣ୍ଟନ କରାଯିବ। ଏବଂ କୌଣସି ଚାଷୀ ସାର ନପାଇବାରୁ ବଳି ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଡ଼ିଓ ଶଶିଭୂଷଣ ମହାପାତ୍ର,, ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ସାହୁ କହିଥିଲେ। ଏବଂ ଚଢ଼ା ଦରରେ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ର ଆବାହକ ହୀନ ସ୍ୱାଇଁ, ଶିବ ପ୍ରସାଦ ସାହୁ, ଉପଦେଷ୍ଟା ନାରାୟଣ ପ୍ରଧାନ, ସଂଯୋଜକ ପ୍ରମୋଦ କୁମାର ରଥ, ଦୁଃଖିଶ୍ୟାମ ପ୍ରଧାନ, ଶଙ୍କର ଡାକୁଆ, ପ୍ରଦୀପ ଦାସ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
ରିପୋର୍ଟ ହୃଷିକେଶ ନାୟକ
