July 5, 2025
Home » ଏକ ଚୋରି ଘଟଣାରେ ରାୟଗଡା ପୋଲିସ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ କରିଛି ଗିରଫ

ଏକ ଚୋରି ଘଟଣାରେ ରାୟଗଡା ପୋଲିସ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ କରିଛି ଗିରଫ

0
WhatsApp Image 2024-11-03 at 5.34.19 PM

ଗତ ୨୯/୧୦/୨୪ ତାରିଖ ଦିନ ରାୟଗଡ଼ା ସାହର ରିଙ୍ଗରୋଡରେ ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ ରେ ହୋଇଥିବା ଚୋରି ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ମେଡିକଲ ଅଫିସର(ପୂର୍ବତନ) ଡାକ୍ତର ରୋହିତ କୁଣ୍ଡୁ, ଲେବ ଟେକ୍ନିସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ ନାମକ ଏହି ତିନି ଜଣଙ୍କୁ ରାୟଗଡ଼ା ପୋଲିସ ଶନିବାର ଗିରଫ କରିଛି। ସେଠାରେ କାର୍ଯ୍ୟରତ ମେଡିକାଲ ଅଫିସର ଡାକ୍ତର ସଂଗ୍ରାମ କିଶୋର ନିମାଲା ଉକ୍ତ କେନ୍ଦ୍ରର ସଭାଗୃହରେ ଥିବା ଲାପଟପ,ସିସିଟିଭି ହାର୍ଡଡିସ୍କ ସହ ଗୁରୁତ୍ୱପୂର୍ଣ୍ଣ କିଛି ରେଜିଷ୍ଟାର ମଧ୍ୟ ଚୋରି ହୋଇଥିବା ନେଇ ଲିଖିତ ଭାବେ ରାୟଗଡ଼ା ଥାନାରେ ଜଣାଇଥିଲେ। ଏହାକୁ ଆଧାର କରି ରାୟଗଡ଼ା ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରିଫ କରିବା ସହ ତଦନ୍ତ ଚଳାଇଛି। ପ୍ରକାଶ ଥାଉକି ଯେ ପୂର୍ବରୁ ନିୟମିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେଠାରେ ଦାୟିତ୍ୱରେ ଥିବା ତତ୍କାଳୀନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁ ଆସୁ ନ ଥିବା ଏବଂ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଉ ନ ଥିବା ଅଭିଯୋଗକୁ ନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ ପକ୍ଷରୁ ତନାଘନା ପରେ ଗତ ୨୪ ତାରିଖରେ ସେଠାରୁ ବଦଳି କରାଯାଇ ଡାକ୍ତର ଶ୍ରୀ କୁଣ୍ଡୁଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇ ଡାକ୍ତର ଶ୍ରୀ ନିମାଲଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଭାବେ ବଦଳି କରାଯାଇଥିଲା । ଏପରି କି ପୂର୍ବରୁ ସି.ଡି.ଏମ.ଓ ତତ୍କାଳୀନ ମେଡିକାଲ ଅଫିସର କୁଣ୍ଡୁକୁ ଦୁଇ ଥର କାରଣ ଦର୍ଶାଅ ନୋଟିସ ଦେବା ସତ୍ତ୍ୱେ କିଛି ଫଳ ପ୍ରଦ ହୋଇନଥିଲା । ବଦଳି ପରେ ହଠାତ୍ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥ‌ା ଓ ସରକାରୀ ଫା‌ଇଲ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ ଘଟଣା ନେଇ ଅଭିଯୋଗ ସହ ଜିଲ୍ଲାପାଳ ଖବର ପାଇ ସି.ଡି.ଏମ.ଓଙ୍କୁ ସଠିକ୍ ତଦନ୍ତ କରି ସଂପୃକ୍ତ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେବା ଅନୁସାରେ ତଦନ୍ତ ହୋଇଥିଲା।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *