September 21, 2024
Home » ଏକ ଡକାୟତି ମାମଲାରେ ଚାନ୍ଦିଲି ପୋଲିସର ସଫଳତା”

ଏକ ଡକାୟତି ମାମଲାରେ ଚାନ୍ଦିଲି ପୋଲିସର ସଫଳତା”

0

 

୦୨ ମୋଟର ସାଇକଲ ସହ ୯୦ ହଜାର ଟଙ୍କା ଜବତ ସହ ୦୪ ଅଭିଯୁକ୍ତ ଗିରଫ

ରାୟଗଡ ଜିଲ୍ଲା ଏକ ଡକାୟତି ମାମଲାରେ ଚାନ୍ଦିଲି ପୋଲିସର ଆଉ ଏକ ବଡ଼ ସଫଳତା ପାଇଛି । ଉକ୍ତ ଡକାୟତି ମାମଲାରେ ଏକ ନାବାଳକ ସହ ୦୪ ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କଠାରୁ ୦୨ ମୋଟର ସାଇକଲ ସହ ୯୦ ହଜାର ଟଙ୍କା,ଏକ ଖେଳନା ବନ୍ଧୁକ,୦୪ ମୋବାଇଲ ଜବତ କରିଛି ଚାନ୍ଦିଲି ପୋଲିସ । ଏ ନେଇ ଶୁକ୍ରବାର ଅପରାହ୍ନ ୦୫ ଟା ସମୟରେ ଚାନ୍ଦିଲି ପୋଲିସ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରାୟଗଡ଼ ଏସଡିପିଓ ରଶ୍ମିରଞ୍ଜନ ସେନାପତି ସୂଚନା ଦେଇଥିଲେ ।
ସୂଚନା ମୁତାବକ କେ ସିଂହପୁର ଗ୍ରମବାସି ବନମାଲି ରତ୍ନାଲୁଙ୍କ ପୁଅ ଅଭିଯୋଗକାରୀ ସୁକାନ୍ତ କୁମାର (୨୫) ସେ ଭାରତ ଫାଇନାନ୍ସ ବ୍ୟାଙ୍କରେ ସଙ୍ଗମ ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବପରି, ୦୯.୦୯.୨୪ ତାରିଖରେ ସେ ତମାଲାବାଇ, ଆଲୁବାଡି, ତାରଲାବାଡି ଅଞ୍ଚଳରେ ଆର୍ଥିକ ଟଙ୍କା ସଂଗ୍ରହ କରି ଅଫିସକୁ ଫେରୁଥିବାବେଳେ ତାରଲାବାଡି ରାସ୍ତା ନିକଟରେ ଚାରି ଜଣ ଅଜ୍ଞାତ ବ୍ୟକ୍ତି ପିସ୍ତଲ ଓ ଛୁରୀ ଦେଖାଇ ୧୭୨୦୦୦/-ଟଙ୍କା,ଗୋଟିଏ ଟ୍ୟାବ, ବାଇକ ଜବତ କରି ଭୟଙ୍କର ପରିଣାମ ଦେଇ ଧମକ ଦେଇ ଘଟଣାସ୍ଥଳରୁ ସେମାନେ ପଳାଇ ଯାଇଥିଲେ । ଏହା ପରେ ସୁକାନ୍ତ କୁମାର ଥାନାରେ ଏକ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ସମୟରେ କାଶିପୁର ବ୍ଲକର ଟିକିପଡା ଗ୍ରାମର ଲକ୍ଷ୍ମୀ ନାରାୟଣ ମାଝି (୨୩),ଗୋରଖପୁର ଗ୍ରାମର ଶିବ ଶଙ୍କର ନାୟକ (୨୨), ବଡମାରିଭଟା ଗ୍ରାମର କୃଷ୍ଣ ନାୟକ (୨୦) ସହ ନାବାଳକ ସମେତ ଚାରି ଗିରଫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଉକ୍ତ ମାମଲାରେ ଚାନ୍ଦିଲି ପୋଲିସ ଚାନ୍ଦିଲି ପିଏସ କେସ୍ ନମ୍ବର ୨୨୪ ତା:୦୯/୦୯/୨୪ ୟୁ/ଏସ ୩୦୯(୪)/୩(୫)ବିଏନଏସ ୟୁ/ଏସ ୩୧୦(୨)ବିଏନଏସ ରେ ପଞ୍ଜିକୃତ କରିଛି ।
ଗିରଫ ଉକ୍ତ ୦୪ ଅଭିଯୁକ୍ତ ପୁର୍ବରୁ ରାୟାଗଡା ପିଏସ କେସ୍ ନମ୍ବର ୨୯୬ ତା:୧୧/୦୯/୨୪ ୟୁ/ଏସ ୩୧୦ (୨) ବିଏନଏସ.,ଚାନ୍ଦିଲି ପିଏସ କେସ୍ ନମ୍ବର ୨୨୭ ତା:୧୧/୦୯/୨୪ ୟୁ/ଏସ ୩୦୯(୪)/୩(୫)ବିଏନଏସ ମାମଲାରେ ଜଡ଼ିତ ଥିବା କହିଛି ପୋଲିସ ।

Leave a Reply

Your email address will not be published. Required fields are marked *