September 24, 2026
Home » ଏଜେନ୍ସି ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ

ଏଜେନ୍ସି ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ

0
WhatsApp Image 2026-09-24 at 2.29.18 PM

​ନବରଙ୍ଗପୁର:ନବରଙ୍ଗପୁର ସିଡିଏମ୍‌ଓ (CDMO) ଅଫିସ ସମ୍ମୁଖରେ ୮ ଦଫା ଦାବି ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘର ଧାରଣା ସ୍ଥଳରେ ‘ଅଭିରାମ ଏଜେନ୍ସି’ର ଏରିଆ ମ୍ୟାନେଜର ପହଞ୍ଚି ଆଲୋଚନା କରିଛନ୍ତି। ଆଠ ଗୋଟି ଦାବି ସମ୍ପର୍କରେ ଧାରଣାକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।
​କର୍ମଚାରୀମାନଙ୍କ ବାକି ଥିବା ଦରମା ୭ ଦିନ ମଧ୍ୟରେ ପ୍ରଦାନ କରାଯିବ ଏବଂ ଆଗାମୀ ଦିନଗୁଡ଼ିକରେ ପ୍ରତ୍ୟେକ ମାସ ୧୫ ତାରିଖ ପୂର୍ବରୁ ସମସ୍ତଙ୍କ ଦରମା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏହାସହ EPF ଟଙ୍କା ଜମା କରିବା ନେଇ ଅଭିରାମ ଏଜେନ୍ସିର ଏରିଆ ମ୍ୟାନେଜର ଶ୍ରୀ ମନୋଜ କୁମାର ଭତରା ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
​ଏହି ପ୍ରତିଶ୍ରୁତି ପରେ ହସ୍ପିଟାଲ କର୍ମଚାରୀ ସଂଘ ତରଫରୁ ଧାରଣାକୁ ସ୍ଥଗିତ ରଖାଗଲା ବୋଲି ସଂଘର ସଭାନେତ୍ରୀ ଶ୍ରୀମତୀ ମରିୟମ୍ ଗରଡ଼ା ଘୋଷଣା କରିଥିଲେ। ଆଜିଠାରୁ ସମସ୍ତେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି।
​ଏହି ଆଲୋଚନା ସମୟରେ ଭାରତୀୟ ମଜଦୁର ସଂଘ (BMS) ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ହସ୍ପିଟାଲ କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମରିୟମ୍ ଗରଡ଼ା, ସମ୍ପାଦିକା ଶ୍ରୀମତୀ ନମିତା ନାଗ, ବିଏମ୍‌ଏସ୍ ଜିଲ୍ଲା ସମ୍ପାଦକ ଶ୍ରୀ ବିଷୋୟୀଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *