ଏବିଭିପି ବୌଦ୍ଧ ଜିଲ୍ଲା ର ପ୍ରଥମ ପୂର୍ଣ୍ଣ କାଳୀନ କାର୍ଯ୍ୟ କର୍ତ୍ତା ଅବିନାଶ
ସୁବର୍ଣ୍ଣପୁର: ଏବିଭିପି ଓଡ଼ିଶା ପଶ୍ଚିମ ର ରାଜ୍ୟ ଅଧିବେଶନ ରାଉରକେଲା ରେ ଅନୁଷ୍ଠିତ ହୋଇଯାଇଛି lଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ର ରାଜ୍ୟ ଅଧିବେଶନ ଅନଷ୍ଠିତ ହୋଇଯାଇଛି l ଏହି ଅଧିବେଶନ ୩ ଦିନ ଧରି ରାଉରକେଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦବାସୀ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ଓଡ଼ିଶା ପଶ୍ଚିମ ର ୧୪ ଟି ଜିଲ୍ଲା ରୁ ପ୍ରାୟ ୪୭୮ ଜଣ ଛାତ୍ର ନେତା ଯୋଗଦାନ କରିଥିଲେ lଏହି ଅଧିବେଶନରେ ଏବିଭିପି ର କାର୍ଯ୍ୟ ଓ ନୀତି ବିଷୟରେ ଆଲୋଚନା ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ ଦାୟିତ୍ଵ ଘୋଷଣା ହେଇଥିଲା l ବୌଦ୍ଧ ଜିଲ୍ଲା ର ଟାଣୁଆ ଛାତ୍ର ନେତା ଶ୍ରୀ ଅବିନାଶ ସାହୁ ଙ୍କୁ ସୋନପୁର ନଗର ସଂଗଠନ ମନ୍ତ୍ରୀ ରୂପେ ଦାୟିତ୍ଵ ଘୋଷଣା ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
