ଏବିଭିପି ର କ୍ଲିନ୍ ସ୍ୱିପ, ତୃତୀୟ ସ୍ଥାନରେ ବିସିଜେଡି
ପାରାଦୀପ – ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ପାରାଦୀପ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରାର୍ଥୀ ସମୁଦାୟ ୨୩ ପଦବୀରୁ ୨୨ଟି ରେ ବିଜୟୀ ହେବା ସହ ଚଳିତ ବର୍ଷ ପାରାଦୀପ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଏବିଭିପି କ୍ଲିନ୍ ସ୍ୱିପ କରିଛି l ତେବେ ଚଳିତ ଛାତ୍ର ସଂସଦ ନିର୍ବାଚନରେ ପାରାଦୀପ ମହାବିଦ୍ୟାଳୟର ସଭାପତି ଭାବେ ଏବିଭିପି ପ୍ରାର୍ଥୀ ରାକେଶ ବେଜ ବିଜୟୀ ହୋଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ଏବିଭିପି ପ୍ରାର୍ଥୀନୀ ଜୁଲି ସାହୁ, ଉପ ସଭାନେତ୍ରୀ ଭାବେ ଏବିଭିପି ପ୍ରାର୍ଥୀନୀ ବିଜୁନା ରେଡି, ସହ ସାଧାରଣ ସମ୍ପାଦିକା ଭାବେ ଏବିଭିପି ପ୍ରାର୍ଥୀନୀ ରିତୁପୂର୍ଣ୍ଣl ସ୍ୱାଇଁ ଆଥଲେଟିକ ସେକ୍ରେଟାରୀ ଭାବେ ଏବିଭିପି ପ୍ରାର୍ଥୀ ସୌମ୍ୟରଞ୍ଜନ ତରାଇ, ଏସଏସଜି ସମ୍ପାଦିକା ଭାବେ ଏବିଭିପି ପ୍ରାର୍ଥୀନୀ ଲିଜା ଦାସ, ଗାର୍ଲସ୍ କମନ୍ ରୁମ୍ ସମ୍ପାଦିକା ଭାବେ ଏବିଭିପି ପ୍ରାର୍ଥୀନୀ ସ୍ଵୟମ ପ୍ରଭା ପରିଡା ଓ ଗାର୍ଲସ୍ ରି ପ୍ରେଜେଣ୍ଟେଟେଟିଭ ଭାବେ ଏବିଭିପି ପ୍ରାର୍ଥୀନୀ ପ୍ରିୟମ୍ବଦା ବାରିକ ବିଜୟୀ ହୋଇଥିବା ବେଳେ ଡ୍ରାମାଟିକ୍ ସେକ୍ରେଟାରୀ ଭାବେ ସ୍ଵାଧୀନ ପ୍ରାର୍ଥୀନୀ ରୋଜାଲିନ ସାହୁ ବିଜୟ ଲାଭ କରିଛନ୍ତି l ଚଳିତ ବର୍ଷ ପାରାଦୀପ ରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ତୃତୀୟ ସ୍ଥାନରେ ରହିଛି, ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ବିଜେଡିର ଅନ୍ତଃକନ୍ଦଳ କୁ ପଦlରେ ପକାଇଛି l ଚର୍ଚ୍ଚା ହେଉଛି କି, ଏବେ ଏବେ ବିଜେଡି ରେ ମିଶିଥିବା ତଥାକଥିତ ଶ୍ରମିକ ନେତାଙ୍କ ଅଯଥା ହସ୍ତକ୍ଷେପ ପାଇଁ ବିସିଜେଡି ତୃତୀୟ ସ୍ଥାନରେ ରହିଲା l ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବା ବେଳେ ବିଜେଡି କେମିତି ପାରାଦୀପ ବିଜେଡି ରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ୍ କରୁଛି ତାହା ଆଗକୁ ଜଣାପଡିବ I
