June 1, 2026
Home » ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ

ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ

0
CW3HvEfu_400x400

କଟକ,:  ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (SIR-2026) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏଥିସହ କ୍ଷେତ୍ରସ୍ତରରେ ଚାଲିଥିବା ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ BLOମାନଙ୍କ ଦ୍ୱାରା କରାଯାଉଥିବା ଘରକୁ ଘର ଯାଇ ସର୍ଭେ, ଭୋଟର ତଥ୍ୟ ଯାଞ୍ଚ, ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଗ୍ରହଣ କରିଥିଲେ । ଏସ୍‌ଆଇଆର୍-୨୦୨୬ ଏନ୍ୟୁମେରେସନ୍ ପ୍ରକ୍ରିୟାର ତୃତୀୟ ଦିବସରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ସୁଚାରୁରୂପେ ଜାରି ରହିଛି । ନିୟୋଜିତ ଏନ୍ୟୁମେରେସନ୍ ଟିମ୍‌ଗୁଡ଼ିକ ଭୋଟରଙ୍କ ବିବରଣୀ ଯାଞ୍ଚ କରିବା ସହିତ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରୁଛନ୍ତି । ସେହିପରି ନାଗରିକମାନଙ୍କୁ ସର୍ଭେ ପ୍ରକ୍ରିୟା ଓ ଏହାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଯାଉଛି । ଏଥିସହ ଫର୍ମ ସଂଗ୍ରହ କରି ଭୋଟରଙ୍କୁ ଗୋଟିଏ ଲେଖାଏଁ ପ୍ରାପ୍ତି ସ୍ଵୀକାର ପତ୍ର ମଧ୍ୟ ପ୍ରଦାନ କରାଯାଉଛି । ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୨୦,୮୫,୭୭୯ ଜଣ ଥିବାବେଳେ ତା ୧.୦୬.୨୦୨୬ ରିଖ ସୁଦ୍ଧା ୧,୦୬,୫୭୬ଟି ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରାଯାଇଛି । ବିଶେଷକରି ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ୨,୪୨,୧୨୯ ଜଣ ଭୋଟରଙ୍କ ମଧ୍ୟରୁ ୧୭,୦୭୧ଟି ଫର୍ମ ବଣ୍ଟନ ହୋଇସାରିଛି । ବୁଥ ସ୍ତରୀୟ ଅଧିକାରୀ ମାନେ ଟୋଲ ଫ୍ରି ନିର୍ବାଚନ ହେଲ୍ପ ଲାଇନ ନମ୍ବର ୧୯୫୦ ଏବଂ voters.eci.gov.in ପୋର୍ଟାଲ ଓ “Voter Helpline App” ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ସଠିକ୍ ନିର୍ବାଚନୀ ତାଲିକା ହେଉଛି ଦୃଢ଼ ଗଣତନ୍ତ୍ରର ମୂଳଦୁଆ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଏହି ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରି ସଠିକ୍ ଓ ନିର୍ଭୁଲ ନିର୍ବାଚନୀ ତାଲିକା ପ୍ରସ୍ତୁତିରେ ସହଭାଗୀ ହେବାକୁ ଅନୁରୋଧ କରାଯାଇଛି ।

 

cuttack ru lalita das nak report

Leave a Reply

Your email address will not be published. Required fields are marked *