August 20, 2026
Home » ଏସ ୟୁ ଜେ ଜଗତସିଂହପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚିତ।

ଏସ ୟୁ ଜେ ଜଗତସିଂହପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚିତ।

0
WhatsApp Image 2024-12-03 at 9.06.39 PM

ଜଗତସିଂହପୁର- ଏସ ୟୁ ଜେ, ଜଗତସିଂହପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧ ତାରିଖ ରବିବାର ଦିନ ପାରାଦ୍ୱୀପ ଗଲ୍ଫ କ୍ଳବ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସ ୟୁ ଜେ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଶ୍ରୀ ଗଗନ ବିହାରୀ ସାହୁ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଶ୍ରୀ ସରୋଜ କୁମାର ଓଝା ରାଜ୍ୟ କମିଟିର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।କିନ୍ତୁ ଶାରୀରିକ ଅସୁସ୍ଥତା ହେତୁ ସେ ବୈଠକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପାରି ନ ଥିଲେ।କିନ୍ତୁ ତାଙ୍କର ଦିଗଦର୍ଶନ ଓ ପରାମର୍ଶ କ୍ରମେ ବୈଠକରେ ସବିଶେଷ ଆଲୋଚନା କରାଯାଇ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏସ ୟୁ ଜେ ଜଗତସିଂହପୁର ଜିଲ୍ଲା ଶାଖାର ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ସଭ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ସର୍ବ ସମ୍ମତି କ୍ରମେ ଆସନ୍ତା ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା।

ଉପଦେଷ୍ଟା ମଣ୍ଡଳୀ – ଶ୍ରୀ ଗଗନ ବିହାରୀ ସାହୁ, ଶ୍ରୀ ସରୋଜ କୁମାର ନାୟକ, ଆର୍ତ୍ତତ୍ରାଣ ପତି, ଓ ସଞ୍ଜୟ କୁମାର ମିଶ୍ର।
ସଭାପତି -ଶ୍ରୀ ପ୍ରଶାନ୍ତ କୁମାର ରାଉତ,
କାର୍ଯ୍ୟକାରୀ ସଭାପତି -ଶ୍ରୀ ତପନ କୁମାର ରାଉତରାୟ।
ଉପ ସଭାପତି -ଶ୍ରୀ ସଂଜୀବ କୁମାର ମିଶ୍ର,
ସାଧାରଣ ସମ୍ପାଦକ -ଶ୍ରୀ ଜ୍ୟୋତି ରଞ୍ଜନ ପରିଡ଼ା।
ସହ ସମ୍ପାଦକ-ପ୍ରଦୀପ୍ତ କୁମାର ନାୟକ
ସଙ୍ଗଠନ ସମ୍ପାଦକ-ପ୍ରଳୟ ମହାପାତ୍ର
କୋଷାଧ୍ୟକ୍ଷ-ଜଗନ୍ନାଥ ଶତପଥୀ
ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସର୍ବ ଶ୍ରୀ ଅରୁଣ କୁମାର ଓଝା, ରଞ୍ଜନ କୁମାର ଦାଶ, ହରିଶ୍ଚନ୍ଦ୍ର ଲେଙ୍କା, ଜଗବନ୍ଧୁ ସ୍ବାଇଁ, ରମେଶ ଗୋଛାୟତ,ସରୋଜ କୁମାର ପରିଡ଼ା, ଅବିନାଶ ରାଉତ, ସନ୍ତୋଷ କୁମାର ମଲ୍ଲ, ରଞ୍ଜନ କୁମାର ଲେଙ୍କା, ଅକ୍ଷୟ କୁମାର ଦାସ ଓ ଯଦୁନାଥ ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।
ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସରୋଜ କୁମାର ଓଝା ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed