ଐତିହାଶିକ ସହର ଜୟପୁରରେ ନୀଳାଦ୍ରିବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି
କୋରାପୁଟ ଜିଲ୍ଲା ଜୟପୁରରେ ବାହୁଡ଼ା ଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ଆଜି ରବିବାର ଦିନ ସମ୍ପନ୍ନ ହୋଇଯାଇଛି। ଶନିବାର ଦିନ ଏହି ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତମାନେ ବୈଦିକ ମନ୍ତ୍ର ଉଚ୍ଚାରଣ ଏବଂ ଶଙ୍ଖ ଶବ୍ଦ,କୀର୍ତ୍ତନ ମଣ୍ଡଳୀଙ୍କ ଭଜନ କୀର୍ତ୍ତନ, ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ଏକ ଭକ୍ତିମୟ ପରିବେଶ ମଧ୍ୟରେ ନବନିର୍ମିତ ରଥକୁ ରତ୍ନବେଦୀ ଅଭିମୁଖେ ଟାଣି ନେଇଥିଲେ। ପବିତ୍ର ମହାଏକାଦଶୀ ତିଥିରେ ପୂର୍ବାହ୍ନ ସମୟରେ ପ୍ରବଳ ଭୀଡରେ ରଥ ଉପରେ ଶନିବାର ଦିନ ଦିନିଦିଅଁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରି ଆଶୀର୍ବାଦ ପାଇଥିଲେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ। ଚୈତନ୍ୟ ମନ୍ଦିର(ସୌରା ସାହି ଛକ ସ୍ଥିତ)ର ମାଉସୀ ମାଁ ମନ୍ଦିର ସମ୍ମୁଖରେ ବିଳମ୍ବରେ ତିନିଦିଅଁଙ୍କ ଓ ପତିତପାବନ ରଥ ପହଞ୍ଚିବା ପରେ ପୋଡପିଠା ଭୋଗ ଲାଗି ହୋଇଥିଲା।

ତାପରେ ସମସ୍ତ ରୀତି ଅନୁସାରେ ସମ୍ପନ୍ନ ହେବାର ଥିବା ବେଳେ ପାଣିନଳାସାହି ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ରଥ ଲାଗି ଯିବା ଫଳରେ ଗତକାଲି ଶନିବାର ଦିନ ରଥ ଅଟକି ଯାଇଥିଲା। ନିଷ୍ପତି ହୋଇଥିବା ଅନୁସାରେ ରବିବାର ପୁଣି ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ନୀଳାଦ୍ରିବିଜେ ସହ ଗର୍ଭଗୃହରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି।ଓଡ଼ିଶାର ସର୍ବପୁରାତନ ମନ୍ଦିର ସହର ମଧ୍ୟରୁ ଅନ୍ୟତମ ଜୟପୁରରେ ପୁରୀରେ ରଥଯାତ୍ରାର ଗୋଟିଏ ଦିନ ପରେ ତ:୧୭/୦୭/୨୬ ରିଖ ଶୁକ୍ରବାର ଦିନ ସମସ୍ତ ରୀତିନୀତିରେ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବାହୁଡ଼ା ଯାତ୍ରା,ସୁନାବେଶ ଓ ନୀଳାଦ୍ରି ବିଜେ ୨୫/୭/୨୬ ତାରିଖରେ ସମ୍ପନ୍ନ ହେବାର ଥିଲା। ବହୁ ବର୍ଷ ପରେ ପ୍ରଥମ ଥର ପାଇଁ, ଏକ ନୂତନ ନିର୍ମିତ ରଥରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
