ଓଡ଼ିଆ ଚଳଚିତ୍ର ଦେବକନ୍ୟା ର ସ୍ୱତନ୍ତ୍ର ପ୍ରଦର୍ଶନ
ପୁରୀ – ସୁପ୍ରିମ ଏଣ୍ଟେର୍ଟେନମେଣ୍ଟ ର ପ୍ରାୟୋଜିତ ଓଡ଼ିଆ ଚଳଚିତ୍ର ” ଦେବକନ୍ୟା” ସାରା ଓଡ଼ିଶାରେ ଆସନ୍ତା ନଭେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି l ତେବେ ଆଜି ସନ୍ଧ୍ୟାରେ ଚଳଚିତ୍ର ଟିର ସ୍ୱତନ୍ତ୍ର ପ୍ରଦର୍ଶନ ଶ୍ରୀକ୍ଷେତ୍ର ପୁରୀ ର ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଡିଟୋରିଅମ ରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଲୋକକଳା ଓ ଓଡ଼ିଆ ସଂସ୍କୃତି ପରମ୍ପରା କୁ ନେଇ ପ୍ରସ୍ତୁତ ଏହି ଚଳଚିତ୍ର ଟି ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କରାଯାଇଥିଲା l ଆଜି ସମସ୍ତ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦେଶକ, ସଂଗୀତ ନିର୍ଦେଶକ, ଓ ମେଡ଼ିଆ ଟିମ ଙ୍କ ମିଳିତ ନିମନ୍ତ୍ରଣ ରେ ପୁରୀ ର କଳାପ୍ରେମୀ ଦର୍ଶକ ତଥା ମହାପ୍ରଭୁ ଙ୍କ ସେବକ, ସାହିତ୍ୟିକ, ମଞ୍ଚଠାରୁ ନେଇ ଚଳଚିତ୍ର ଜଗତରେ ପ୍ରତିଷ୍ଠିତ କଳାକାର, ସଂଗୀତ, ନୃତ୍ୟ ଓ ସମାଜସେବୀ ମାନେ ଉପସ୍ଥିତ ରହି ଚଳଚିତ୍ର କୁ ଉପଭୋଗ କରିଥିଲେ l ଏହି ଚଳଚିତ୍ର ଟି ସମ୍ପୂର୍ଣ୍ଣ ଭାବେ ପୁରୀ ଏବଂ ଆଖପାଖ ରେ ସୁଟିଂ କରାଯଇଛି l ଦର୍ଶକଙ୍କ କରତାଳି ଓ ଶୁଭେଚ୍ଛା କଳାକାର ଦେବକନ୍ୟା ଟିମ କୁ ଉତ୍ସାହିତ କରିଵା ସହ ଭବିଷ୍ୟତ ପାଇଁ ଆଶାବାଦୀ କରି ପାରିଛି l


ଏହି ଚଳଚିତ୍ର ର ସ୍ୱତନ୍ତ୍ର ପ୍ରଦର୍ଶନ କୁ ପୁରୀ ର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା କୁଳପତି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର, ପ୍ରଫେସର ବୋଧ କୁମାର ଝା, ନିର୍ଦେଶକ, ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ପୂଜପଣ୍ଡା ନିଯୋଗ ର ସମ୍ପାଦକ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପୂଜପଣ୍ଡା ସାମନ୍ତ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପୁରୀ ସହର ର ପ୍ରତିଷ୍ଠିତ କଳାକାର ଓ କଳାପ୍ରେମୀ ମାନଙ୍କ ଉପସ୍ଥିତି ରେ ଚଳଚିତ୍ର ଆରମ୍ଭ ହେଇଥିଲା l କାହାଣୀଟି ପ୍ରସିଦ୍ଧ ନାଟ୍ୟକାର ତଥା ଚିତ୍ର ର ରଚନା, ଚିତ୍ରନାଟ୍ୟ ଓ ସଂଳାପ ଶଙ୍କର ତ୍ରିପାଠୀ, ପ୍ରଯୋଜନା ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ କରିଥିବା ବେଳେ ନିର୍ଦେଶନା ରାଶେଷ ମହାନ୍ତି, ସଂଗୀତ ବିକାଶ ଦାସ, ନୃତ୍ୟ ଲୁବୁନ ଟୂବୁନ ଓ ବିଦୁସେଠୀ ଦେଇଛନ୍ତି, କ୍ୟାମେରା ସୁଦର୍ଶନ ସେନାପତି ଓ ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର କରିଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ମହେଶ ବାରିକ ଓ ପ୍ରଦକ୍ସନ ଡିଜାଇନର ଭରତ ସେଠୀ ପ୍ରଦକ୍ସନ ଦାଇତ୍ୱ ତୁଲାଇଥିବା ବେଳେ ଆଶୁତୋଷ ତ୍ରିପାଠୀ, କଲଚରାଲ ଆଡ଼ଭାଇଜର ଙ୍କ ତତ୍ୱାବଧାନ ରେ ସମ୍ପୂର୍ଣ ସିନେମା ପ୍ରସ୍ତୁତ ହେଇଚି l ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ପ୍ରଣୟ ଜେଠି ଓ ଟିମ ସମ୍ଭାଳିଛନ୍ତି l
ଏଥରେ ଅଭିଜ୍ଞ କଳାକାର କୁନା ତ୍ରିପାଠୀ, ଅଶ୍ରୁ୍ମୋଚନ ମହାନ୍ତି, କେଦାର ମିଶ୍ର, ରବିମିଶ୍ର, ଦେବ, ରବୀନ୍ଦ୍ରନାଥ ସିଂ, ନବଗତା ନୂତନ, ଲୋପା, ଧରିତ୍ରି, ଶମ୍ଭୁନାଥ ଖୁଣ୍ଟିଆ, ବିପିନ ଗୋଛିକାର ଓ ଶିଶୁ କଳାକାର କିରନଜିତ ଅଭିନୟ କରିଛନ୍ତି l ଏହି ସିନେମାର ନାୟକ, ଓଡ଼ିଆ ଫିଲ୍ମ ଜଗତର ଷ୍ଟାଇଲିଶ ବୟ କୁହାଯାଉଥିବା ଶୁଭାଶିଷ ଶର୍ମା ଏକ ଦେବକନ୍ୟା ଶୀର୍ଷକ ଭୂମିକାରେ ଅବତୀର୍ଣ୍ଣ ହେଇଥିଵା ବେଳେ ନବଗତା ନାୟିକା ସୁଶ୍ରୀ ଙ୍କୁ ଦେଖିବାକୁ ମିଳିବ l ଏହି କାର୍ଯ୍ୟକ୍ରମ ର ସଂଯୋଜନା ଦାଇତ୍ୱ କେଦାର ମିଶ୍ର ଥିବା ବେଳେ ମୁଖ୍ୟ ସଂଯୋଜକ ଓ ପରିଚାଳନା ଦାଇତ୍ୱ ଡ଼ଃ ବିଶ୍ୱନାଥ ମିଶ୍ର କରିଥିଲେ l
ବରଣ୍ୟ ଅତିଥି ମାନଙ୍କୁ ଉତ୍ତରୀ ଓ ପୁଷ୍ପାଗୋଚ୍ଛା ସହ ଦେବକନ୍ୟା ପରିବାର ସମ୍ମାନିତ କରିଥିବା ବେଳେ l ବରଣ୍ୟ ଅତିଥି ମାନେ ଦେବକନ୍ୟା ପରିବାର ସଦସ୍ୟଙ୍କୁ ମହାପ୍ରଭୁ ଙ୍କ ଅଙ୍ଗଲାଗି ବସ୍ତ୍ର ଦେଈ ଆଶୀର୍ବାଦ ପ୍ରଦାନ କରିଥିଲେ l ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ କରାଯାଇଥିବା ବେଳେ ସହରବାସୀ ମାନଙ୍କ ଉପସ୍ଥିତି କୁ ନିଜର ସୌଭାଗ୍ୟ ବୋଲୀ ଟିମ ମତବ୍ୟକ୍ତ କରିଥିଲେ l ଶେଷରେ ଦେବକନ୍ୟା ଟିମ ତରଫରୁ ଉପସ୍ଥିତ ଦର୍ଶକ, ଅତିଥି ଓ ବିଶ୍ୱବିଦ୍ୟାଳୟ ର ସମସ୍ତ କର୍ମକର୍ତା, ଆୟୋଜନ ରେ ସହଯୋଗ କରିଥିବା ସମସ୍ତ ସହଯୋଗୀ ତଥା ପୁରୀ ପ୍ରଶାସନ, ପ୍ରେସ୍ର ମେଡ଼ିଆ ଓ ସୋସିଆଲ ମେଡ଼ିଆ କୁ ଅଭିନେତା କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
