April 9, 2026
Home » ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l

0
WhatsApp Image 2026-04-07 at 4.02.21 PM

ସୁବର୍ଣ୍ଣପୁର ଯୁବ ରେଡ କ୍ରସ , ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା ଅନୁଷ୍ଠାନ ତରଫରୁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଆଗାମୀ ମେ ମାସ 10 ତାରିଖ ରବିବାର ରେ ଲୁଣିବାହାଲ ଠାରେ ରକ୍ତ ଦାନ ଶିବିର କରିବା ପାଇଁ ବ୍ଲଡ଼ ବ୍ୟାଙ୍କ ଅଫିସର ତଥା କର୍ମଚାରୀ ଙ୍କ ସଙ୍ଗେ ଆଲୋଚନା କରାଯାଇଛି l
ଏଭଳି ପ୍ରତି ଗ୍ରାମ ପଞ୍ଚାୟତ କେନ୍ଦ୍ର ଚାରିଛକ୍, ସଙ୍କୁଳାଇ, ତିଲେଶ୍ୱର୍, ପିତାମ୍ବରପୁର, ପୁରୁଣlକଟକ ଠାରେ ରକ୍ତ ଦାନ ଶିବିର ଆଗାମୀ ଦିନରେ କରିବା ପାଇଁ ଯୋଜନା ସ୍ଥିର ହୋଇଛି l ଏହା ଦ୍ଵାରା ରକ୍ତ ର ଅଭାବ ରହିବ ନାହିଁ ଓ ତତ୍ ସଙ୍ଗେ ସଙ୍ଗେ ଜନ ସଚେତନା କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ

Leave a Reply

Your email address will not be published. Required fields are marked *