July 12, 2026
Home »  ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ପରିଷଦ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା; ୧୪ ଦଫା ଦାବୀ ପତ୍ର ଉପସ୍ଥାପନ

 ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ପରିଷଦ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା; ୧୪ ଦଫା ଦାବୀ ପତ୍ର ଉପସ୍ଥାପନ

0
WhatsApp Image 2026-07-11 at 2.07.34 PM (1)

 

ଭୁବନେଶ୍ୱର: ଭୁବନେଶ୍ୱର ହାଉସିଙ୍ଗ ବୋର୍ଡ଼ ଛକ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆଜି ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ପରିଷଦ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବୋଧନ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅନୁସୂଚିତ ଜାତି ସମାଜର ବିଭିନ୍ନ ସମସ୍ୟା ଏବଂ ଅଧିକାର ସମ୍ପର୍କିତ ୧୪ ଦଫା ଦାବୀ ପତ୍ର ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ।କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ମୁଖ୍ୟ ବକ୍ତା ଭାବେ ଉଦବୋଧନ ରଖିଥିବା ବେଳେ ମାନ୍ୟବର ନିଆଳୀ ବିଧାୟକ ଛବି ମଲ୍ଲିକ ମୂଖ୍ୟ ଅତିଥି , ପୂର୍ବତନ ବିଧାୟକ ତାପସ କୁମାର ଦାସ ବିଶିଷ୍ଟ ବକ୍ତା ଏବଂ ଅବସରପ୍ରାପ୍ତ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।

ବୈଠକ ରେ ଅଗ୍ରଣୀ ସାମାଜିକ ସଂଗଠନ ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଅର୍ଗାନାଇଜେଶନ ର ସଭାପତି ଇଂ ଅଲେଖ ଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଭରାସାଗର , ଉପ ସଭାପତି ଅନାଥ ସୁନା , ସୁରେଶ ନାୟକ , ଜୟନ୍ତୀ ନାଏକ , ସମ୍ପାଦକ ଅକ୍ଷୟ ମଲ୍ଲିକ , ଚିତ୍ତ ରଞ୍ଜନ ନାଏକ , ଅଫିସ ସମ୍ପାଦକ ସୁନାକର ବେହେରା , କୋଷାଧ୍ୟକ୍ଷ ଇଂ ପ୍ରସନ୍ନ କୁମାର ମଲ୍ଲିକ , ଆମ୍ବେଦକର ସେବକ ସଂଘ ର ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା , ଦାଣ୍ଡିମାଳ ସେବକ ସଂଘର ସଭାପତି ପ୍ରକାଶ ନାୟକ , କନ୍ଧମାଳ ଜିଲ୍ଲା ଏସ ସି ସମାଜର ସଭାପତି ଚନ୍ଦ୍ର ମୋହନ ନାୟକ , ପଶ୍ଚିମ ଓଡ଼ିଶା ଅନୁସୂଚିତ ଜାତି ସମାଜର ସଭାପତି ଚୈତନ୍ୟ ପାଇକ , ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଶାନ୍ତ ଭୋଇ , ବାଲେଶ୍ଵର ଜିଲ୍ଲାର ବିଶିଷ୍ଟ ଶିକ୍ଷା ବିତ କାର୍ତ୍ତୀକ ପ୍ରସାଦ ଜେନା , କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ଶିକ୍ଷା ବିତ ବିଷ୍ଣୁ ଚରଣ ମଲ୍ଲିକ , ଯୁବ ଆଇନଜୀବୀ ଦୀନବନ୍ଧୁ ମଲ୍ଲିକ , ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ନାଏକ , ବୌଦ୍ଧ ଜିଲ୍ଲା ର ଯୁବ ଆଇନଜୀବୀ ଜୟରାମ ହରିପାଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଉପସ୍ଥାପିତ ୧୪ ଦଫା ଦାବି

୧. ଅନୁସୂଚିତ ଜାତି ଉନ୍ନୟନ ନିର୍ଦ୍ଦେଶକଙ୍କ ପୂର୍ବ ପତ୍ରକୁ ବଜାୟ ରଖାଯାଉ ।
୨. କେଉଟ, କୈବର୍ତ୍ତ , ଧୀବର ଏବଂ ଦେୱାର ଜାତି ଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ ଦେବା ପାଇଁ ନୂତନ ପ୍ରସ୍ତାବ ପାରିତ କରାଯାଉ ।
୩. ବ୍ରିଟିଶ ଅମଳର ଜାତି ବର୍ଗୀକରଣ ଓ ୧୯୫୦ ମସିହାର ରାଷ୍ଟ୍ରପତି ଆଦେଶକୁ ବିଚାରକୁ ନିଆଯାଉ ।
୪. SCSTRTI, ORGI, ଲୋକୁର କମିଟି, ଲେବର କମିଟି ଏବଂ ଅନ୍ୟାନ୍ୟ ଗବେଷଣା ସଂସ୍ଥାର ରିପୋର୍ଟ କୁ ଆଧାର କରାଯାଉ ।
୫. ୨୦୦୨ ମସିହାର ସଂଶୋଧନ ବିଲ୍‌ ର ପ୍ରକ୍ରିୟାର ପୁନଃ ସମୀକ୍ଷା କରାଯାଉ ।
୬. ରାଜ୍ୟସଭା ଓ ଲୋକସଭାରେ ବିଲ୍ ପାରୀତ ହୋଇଥିବା ପ୍ରକ୍ରିୟାର ସମୀକ୍ଷା କରାଯାଉ ।
୭. ସୁପ୍ରିମକୋର୍ଟ ଙ୍କ ରାୟ କୁ ଆଧାର କରି ଆବଶ୍ୟକ ପଦକ୍ଷେପ ନିଆଯାଉ ।
୮. ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ର ପୂର୍ବ ଚିଠିଗୁଡ଼ିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୯. ୨୦୧୬ ମସିହା ର ଏସସି ଉନ୍ନୟନ ନିର୍ଦ୍ଦେଶକ ଙ୍କ ସୁପାରିଶ କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ।
୧୦. ବିବାଦୀୟ ବ୍ୟକ୍ତିଗତ ପତ୍ରର ପୁନଃ ସମୀକ୍ଷା କରାଯାଉ ।
୧୧. ଗବେଷଣା ରିପୋର୍ଟ ଓ ନ୍ୟାୟାଳୟର ରାୟକୁ ସମ୍ମାନ ଦେଇ ତ୍ୱରିତ ନିଷ୍ପତ୍ତି ନିଆଯାଉ ।
୧୨. ଏହି ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।
୧୩. ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ପରିଷଦ ତୁରନ୍ତ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରନ୍ତୁ ।
୧୪. ମେହେତର ଜାତି ସମ୍ପର୍କିତ ତ୍ରୁଟି ସଂଶୋଧନ କରି ସେମାନଙ୍କୁ ଅନୁସୂଚିତ ଜାତିର ସଂରକ୍ଷଣ ବ୍ୟବସ୍ଥାରେ ଯଥାଯଥ ଭାବେ ଅନ୍ତର୍ଭୁକ୍ତ କରାଯାଉ । ବୈଠକ ରେ ଅନୁସୂଚିତ ଜାତି ସମାଜର ସାମ୍ବିଧାନିକ ଅଧିକାର , ସାମାଜିକ ନ୍ୟାୟ , ମୌଳିକ ଅଧିକାର ଏବଂ ସଂରକ୍ଷଣ ବ୍ୟବସ୍ଥାର ସୁରକ୍ଷା ପାଇଁ ସରକାର ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ଉଚିତ ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଉପସ୍ଥିତ ପ୍ରତିନିଧିମାନେ ଏହି ୧୪ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର କୁ ” ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ପରିଷଦ ” ର ସମସ୍ତ ସଦସ୍ୟ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
[2:06 pm, 11/7/2026] Khyamanidhi Journalist Bheden: ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *